STORYMIRROR

RAJANIKANT CHOUDHURY

Inspirational

3  

RAJANIKANT CHOUDHURY

Inspirational

ଗଣପତି

ଗଣପତି

1 min
158


ଦେବ ଦେବ ମହାଦେବଙ୍କ ପୁତ୍ର

   ବୁଦ୍ଧି ପ୍ରଦାୟକ ତୁମେ,,,

ଏକ ଦନ୍ତ ବିଗ୍ନ ରାଜ ଗଣେଶ

  ପାର୍ବତୀ ପୁତ୍ର ଯେ ତୁମେ,।।

ଅଗ୍ରଜ ଦେବତା ଜ୍ଞାନ ଦାୟକ

   ମୂଷିକ ବାହକ ପ୍ରଭୁ,,,

ଘଟ ରୂପେ ପୁଜା ପାଅ ଯେ ତୁମେ

    ଦୁଃଖ ଦୂର ହୁଏ ସବୁ,।।

ହାତୀ ରୁପି ଯେ ତୁମେ ଗଜରାଜ

   ଅଟ କାର୍ତ୍ତିକ ଙ୍କ ଭାଇ,,,

ତୁମ ନାମ ଯେ ତୁଣ୍ଡେ ରହିଥାଉ

   ଧନ୍ୟ ମୁଁ ଦର୍ଶନ ପାଇ,।।

କ୍ଷମା କର ଯେ ଜ୍ଞାନର ସାଗର

   ବୁଦ୍ଧିର ଭଣ୍ଡାର ଦେବ,,,

କୋଟି ପ୍ରଣାମ କରୁଛି ପୟରେ

   ତୁମ ଆଶିଷ ଯେ ଥିବ,।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational