STORYMIRROR

Pravatirani Mohanty

Inspirational

3  

Pravatirani Mohanty

Inspirational

ଏହିଁମୋ ଦେଶ

ଏହିଁମୋ ଦେଶ

1 min
182


ଏହି ମୋ ଦେଶ ସୁନାର ଦେଶ

 ଓଡିଶା ଯାହାର ନାଁ 

ସଶ୍ୟ ଶ୍ୟାମଳା ପୂର୍ଣ୍ଣ ଗର୍ଭା

ସଦା ଚିର ବନ୍ଦନିୟା

ମୋଦେଶ ସଂସ୍କୃତି ମୋଦେଶ ଏତିହ ll

ମୋଦେଶ ମାଟିରୁ ରକ୍ତ ନିଗିଡେ

ବିର କଳିଙ୍ଗ ର ବିରତ୍ ଗାଥା

ରାଣୀ ଲଷ୍ମୀବାଇ ଜୟୀ ରାଜଗୁରୁ

ଇରେଜ ପାଖରେ ଟେକିଛି ମଥା

ଜୀବନ କୁ ତୁଚ୍ଛ କରି ଦେଇ ଛନ୍ତି ll

ଭିଡି ଧରିଛି ମୋ ମାଟିର ମାୟା

ଅହଂସା ର ମନ୍ତ୍ର ଶୁଣାଇଲେ ବୁଦ୍ଧ

ଧର୍ମ ପଦ ଆଉ ବାଜିରାଉତ

ଛୋଟ ହୋଇ ଦେଲେ ସେ ମହାନ ଶିକ୍ଷା

ତା ଯଶ କୀରତି ଘୋଷେ ଜଗତ ll

କାଞ୍ଚି ଅଭିଯାନ ଅଶ୍ୱ ଜପଟାଇ

ଜାଗା ବଳିଆଙ୍କ ଅପୂର୍ବ ମାୟା

ବାନ୍ଧ ତରକସି ପୂଜା ପାର୍ବଣ ର

ମହକ ରେ ବାସେ ଓଡିଶା ଭୁଇଁ ll

ଦଶହରା ଦୋଳ ରଥଯାତ୍ରା ରଜା

ପ୍ରତି ଓଡ଼ିଆ ଙ୍କୁ ଯାଉଛି ଛୁଇଁ

ମୋ ମାଟିର ଗଙ୍ଗା ପୁଣ୍ୟ ମହୋଦଧି 

ଯାଏ ଜଗନ୍ନାଥଙ୍କ ଚରଣ ଛୁଇଁ

ଗୀତା ଭଗବତ ମୋ ଅମୁଲ୍ୟ ଗ୍ରନ୍ଥ

ଦେଖାଏ ଆମକୁ ସତ୍ୟର ପଥ ll

ଜୟ ଦେବ ଗୀତ ଗୋବିନ୍ଦଙ୍କ ପଦ

ପୂରାଣ କା ଲେଖା ହୋଇଛି ସତ

ଏ ମାଟି ପବିତ୍ର ଭୁଇଁ 

ଚିର ଶାଶ୍ୱତ ଚିର ଅମ୍ଲାନ

ସେହି ଚିର ବନ୍ଦନୀୟା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational