ପରମ ପିତା
ପରମ ପିତା
ଜଗତର ପିତା ଜଗତର କର୍ତ୍ତା
ସପତ ବ୍ରହ୍ମାଣ୍ଡ ସତ୍ତା
ସାଗର ଜାମାତା କମଳିନୀ ଭର୍ତ୍ତା
ସୁଭଦ୍ରା ଦେବୀଙ୍କ ଭ୍ରାତା
ତୁମେ, ପରଂବ୍ରହ୍ମ ପରମପିତା ।
ଚାରି ବେଦ ସାର ପ୍ରଣବ ଓଁ କାର
ତୁମେ ଭାଗବତ ଗୀତା
ଯଜ୍ଞ ପାରାୟଣ ଭଜନ କୀର୍ତ୍ତନ
ଯୋଗରେ ତୁମେ ଯୋଗାତ୍ମା
ତୁମେ କୃଷ୍ଣ ରାମ ଅନନ୍ତ ଅସୀମ
ଦାରୁ ବ୍ରହ୍ମେ ପରମାତ୍ମା ।
ସୃଷ୍ଟିର ଉତ୍ପନ୍ନେ ବୀଜ ମନ୍ତ୍ର ତୁମେ
ଅବାସ୍ତବେ ବାସ୍ତବତା
ଐଶ୍ୱର୍ଯ୍ୟ ବୈଭବ ଅଂଶ ଅଟେ ତବ
ଶ୍ରେଷ୍ଟର ମଧ୍ୟେ ଶ୍ରେଷ୍ଠତା
ଯୁଗେ ଯୁଗେ ସତ୍ୟ ତୁମ ମହାମନ୍ତ୍ର
ଚିତ୍ତେ ଚେତନା ସମ୍ଭୁତା ।