STORYMIRROR

Chittaranjan Nanda

Inspirational Others

3  

Chittaranjan Nanda

Inspirational Others

କୋଟିରେ ଗୋଟିଏ ସଚ୍ଚା ବନ୍ଧୁ

କୋଟିରେ ଗୋଟିଏ ସଚ୍ଚା ବନ୍ଧୁ

1 min
157


ସତ୍ୟ, ମାୟାର ସଂସାରେ ଅଢେ଼ଇ 

ଦିନର ଜୀବନ

ପଥେ, ଭରିଅଛି କଣ୍ଟା ଖାଲ ଖମା, 

ଏଇ ତ ଜୀବନ ।


ବନ୍ଧୁ ଖୋଜା ଯାଏ, ଜୀବନର କେତେ

 ବିଷମ ସମୟରେ 

ସୁପଥକୁ ଚେତାଇ ଦେଇଥାଏ ସଠିକ 

ନିର୍ଣ୍ଣୟ ନେଇରେ ।


ଅନୁରାଗ, ସେନେହ ଓ ସରାଗରେ ଛନ୍ଦା

 ଏ ଜୀବନ  

ଅନାବିଳ ହୃଦୟ ସ୍ନେହୀ ବନ୍ଧୁ ଦ୍ୱାରା ଶାନ୍ତ 

ହୁଏ ମନ ।


ବନ୍ଧୁ ପାଇଁ ବନ୍ଧୁ ରହିଥାଏ ଦୁଃଖକୁ ଦୂର 

କରିବା ପାଇଁ

ବନ୍ଧୁତ୍ୱରେ ଉଚ୍ଚ ନୀଚ ହୀନ ଭାବ କେବେ 

ରହେ ନାହିଁ ।


ସ୍ନେହ ମମତା, ହୃଦୟର କଥା ସଦା 

ବନ୍ଧୁତ୍ୱ ସମ୍ପର୍କରେ 

ସାକ୍ଷୀ ରହିଛି, ଦ୍ୱାରିକାଧିପତି ସୁଦାମା 

ସମ୍ପର୍କ ସଂସାରରେ ।


ସାଥିରେ ଜିଇଁବା, ସାଥିରେ ମରିବା, 

ବନ୍ଧୁତ୍ୱର ଏକ ଧରମ

ସିନା ଦୁଇ ମନ, ଚେତନାର ସ୍ରୋତ 

ବନ୍ଧୁ ପ୍ରୀତିର ହିଁ ମର୍ମ ।


ମନର ବେଦନା ସାଥୀ ପାଖେ କହି 

ମନର ଦୁଃଖ ହୁଏ ଦୂର 

ଦୁହିଁଙ୍କ ଦୁଃଖ ସୁଖକୁ ଦୁହେଁ ବାଣ୍ଟିବାରେ 

ଶାନ୍ତି ଲଭଇ ଅନ୍ତର ।


କୋଟିରେ ଗୋଟିଏ ମିଳଇ ସଚ୍ଚା ବନ୍ଧୁ, 

ଏଇ ସଂସାରରେ

ହୃଦୟରୁ ପଡେ ଝରି, ସ୍ନେହରୂପୀ ମଧୁର  

ସରିତା ଆତ୍ମୀୟତାରେ ।


ସ୍ନେହ ମମତା ଡୋରିରେ ବନ୍ଧୁତା ଗୁନ୍ଥା 

ଆପଣା ପଣରେ

ସେ ଏକ ପବିତ୍ର ସମ୍ପର୍କ, କେବଳ ମିଳେ 

ଭାଗ୍ୟ ବଳରେ ।



Rate this content
Log in

Similar oriya poem from Inspirational