STORYMIRROR

Bishnupriya Panda

Inspirational

3  

Bishnupriya Panda

Inspirational

ଅମର ଶହୀଦ

ଅମର ଶହୀଦ

1 min
171


ସଲାମ ଶହୀଦ ସଲାମ ଶହୀଦ

ଯେତେବି ସଲାମ କଲେ

ସୁଝି ହେବନାହିଁ ତୁମର ଋଣକୁ ଇତିହାସେ ଲେଖିଦେଲେ l


ଦୁଇ ଶହ ବର୍ଷ ତଳର ଘଟଣା

ଜୟୀରାଜଗୁରୁ ଥିଲେ

ନୃଶଂସ ଇଂରେଜ ଗଛରେ ଟଙ୍ଗାଇ

ଦୁଇଫଡା କରି ଥିଲେ l


ପୁରୀ ସହରର ହରେକୃଷ୍ଣ ପୁର

ତାଲାଗି ଆଜି ଗର୍ବିତ

ତା ମାଟିକୁ ଏବେ ପ୍ରଣତି ଢାଳନ୍ତି ଆମ ପ୍ରଧାନମନ୍ତ୍ରୀ

ପବିତ୍ର ଅଟଇ ଭାରତର ମାଟି କେତେ ଯୋଗ ଜନ୍ମା ଜନ୍ମ

ଅଣତିରିଶି ଜଣ ଶହୀଦ ହୋଇଲେ

ରକ୍ତତୀର୍ଥ ଯେ ଇରମ l


କୁନି ପିଲାଟିଏ ନାଉରିଆ ଘରେ

ଜନ୍ମ ହୋଇଥିଲା ଆସି

ବାର ବରଷରେ ନାଆ ବାହୁଥିଲା

ଅଗାଧ ଜଳରେ ପଶି l

ବାଜି ରାଉତ ସେ କିପରି ଜାଣିଲା

ପରାଧୀନ ଏହି ଦେଶ

ଘାଟ ପାରିକଲା ନାହିଁ ଫିରିଙ୍ଗିରେ

ନିଜେ ହେଲା ପଛେ ନାଶ


ମୋ ଭାରତବାସୀ ଅତ୍ୟନ୍ତ ସାହସୀ

ପିଲାଦିନୁ ଶିକ୍ଷା ହୁଏ

ସାହସୀକତାରେ ଶହୀଦ ହୋଇଲେ

ଗର୍ବେ ଛାତି ଫୁଲିଯାଏ l

ସ୍ଵର୍ଣ୍ଣକ୍ଷରେ ଲିପିବଦ୍ଧ ହୁଏ ନାମ

ତେଣୁ ଡରନ୍ତିନି କେହି

ଜାତିର ସମ୍ମାନ ରକ୍ଷା କରିବାକୁ ଆଗେଇ ଆସ ମୋ ଭାଇ l


ଏବେ ସୀମା ଜଗିଛନ୍ତି ଯେତେ ବୀର

ଜୀବନକୁ ନାହିଁ ଭିତି

ବାପା ମାଆ ସ୍ତ୍ରୀ ପିଲା ଘରେ ଛାଡି

ଜଗିଛନ୍ତି ଦିନ ରାତି l

ସନ୍ତ୍ରାସ ବାଦିଏ ଛାଡ଼ନ୍ତିନି ତାଙ୍କୁ

ଦିଅନ୍ତି ଫୁଟାଇ ଗୁଳି

ବନ୍ଧୁକ ମୁନରେ ଶହୀଦ ଲଭନ୍ତି

ଅଦିନେ ପଡନ୍ତି ଢଳି


ଧର୍ମକର୍ମ ସିନା ଭାରତରେ ଅଛି

ତା ସ୍ୱାଦ ନପାଏ କେହି

ପ୍ରଣାମ ଶହୀଦ ପ୍ରଣାମ ଶହୀଦ ପ୍ରଣାମଶହୀଦ ଭାଇ

ଯେତେ ଗୁଳି ବିଦ୍ଧ ହେଉ ଶରୀରରେ

ସିଏତ ଚିର ଅମର

ଜନମିନି କେହୁ ମାରିବ ତାହାକୁ

ଆତ୍ମା ତ ଚିର ଅମର l


କାଳ କାଳକୁ ସେ ଯଶ ରଖିଯାଏ

ମାରିବା ଲୋକକୁ ନର୍କ

ଜାତୀୟ ପତାକା ନଇଁ ଯାଏ ସେଠି

ରଖେ ସେ ଜାତିର ଟେକ l




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational