STORYMIRROR

Kalandi pal

Inspirational

3  

Kalandi pal

Inspirational

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

1 min
165


ସମ୍ପର୍କରେ ସମ୍ପର୍କୀୟ ବାନ୍ଧେ ମମତାରେ

ତାହାଠୁଁ ସମ୍ପର୍କ ମିଠା   ରକ୍ତ ସମ୍ପର୍କରେ ।।


ଏକା ନାହି ଦୁଇ ଖଣ୍ଡ  ଭାଇ ଓ ଭଉଣୀ

ମମତା ସମ୍ପର୍କେ ଗଢେ ଜୀବନ କାହାଣୀ ।।


ମଙ୍ଗଳ ମନାସୀ ଭଗ୍ନୀ କରେ ଓଷା ବ୍ରତ

ରକ୍ଷାର କବଚ ହୁଏ  ସଦା ତାର ଭ୍ରାତ ।।


ମାର୍ଗଶିରେ ଆ କା ମା ବୈ ବ୍ରତ ପାଳେ ଭଗ୍ନୀ

ଭାଇ ଜିଉନ୍ତିଆ ଓଷା   ବ୍ରତ କରି ପୁଣି ।।


ରକ୍ଷା ବନ୍ଧନରେ ବାନ୍ଧେ ହାତେ ସୂତା ଖିଅ

ସୂତା ଖିଅ ନୁହେଁ ସେତ  ସମ୍ପର୍କର ମୋହ ।।


ମଙ୍ଗଳ ମନାସୀ ବାନ୍ଧେ ଭାଇ ହାତେ ରାଖି

ସେହି ରାଖି ରୁହେ ତାର ଚିର ଦିନ ସାକ୍ଷୀ ।।


ସ୍ନେହ ମମତାର ସୂତା  ଖିଅ ବାନ୍ଧି ହାତେ

ଆଶୀର୍ବାଦ ଲଭିଥାଏ  ଭଉଣୀ ଜଗତେ ।।


ବିପଦ ବେଳାରେ ସାହା ହେବ ଭାଇ ତାର

ଭରିଦେବ ଜୀବନରେ   ସୁଖର ସଂସାର ।।


ପ୍ରଭୁ ବଳଦେବଙ୍କର    ପୁଣ୍ୟ ଜନ୍ମ ତିଥି

ବାନ୍ଧି ଦେବେ ହାତେ ରାଖି ସେ ହଳଦୀ ମୁଖି ।।


ଭାଇ ହୃଦେ ଭଗ୍ନୀ ଗଢେ  ସୁଦୃଢ଼ ବନ୍ଧନ

ସେହି ବନ୍ଧନର   ନିଦର୍ଶନ ପରଂବ୍ରହ୍ମ ।।

***************************

   କାଳନ୍ଦୀ ଚରଣ ପାଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational