ବିଚାରପତିଙ୍କ ଦରବାର
ବିଚାରପତିଙ୍କ ଦରବାର
ବିଚାରପତିଙ୍କ ଦରବାର,
ଆମେ ଡାକୁ ହେ ଲର୍ଡ,
ଇଶ୍ୱରଙ୍କ ପରା ଅବତାର।
ବିଚାରପତିଙ୍କ ଦରବାର,
ନଥାଏ ରାଗ, ଅବିବେକ
ଅହଂକାର ସେ ମଣିଷର।
ବିଚାରପତିଙ୍କ ଦରବାର,
ସେ ଚିର ଅଭ୍ରାନ୍ତ, ନିର୍ଭୀକ
ଓ ମୂର୍ତ୍ତି ନିରପେକ୍ଷତାର।
ବିଚାରପତିଙ୍କ ଦରବାର,
ସବୁଦିନେ ଅପଥେ ନଯିବା ପାଇଁ
ଶପଥ ନେବା ଦରକାର।
ବିଚାରପତିଙ୍କ ଦରବାର,
ଏଇ ପରା ଶକ୍ତ ସ୍ତମ୍ଭ ଅଟେ
ସର୍ବଶ୍ରେଷ୍ଠ ଶାସନ ଗଣତନ୍ତ୍ରର।
ବିଚାରପତିଙ୍କ ଦରବାର,
ଏହା ପାଖେ ଅଛି ଅମୋଘ ଅସ୍ତ୍ର
କଣ୍ଟେମ୍ପ୍ଟ ପ୍ରୟୋଗ ବ୍ୟବସ୍ଥାର।
ବିଚାରପତିଙ୍କ ଦରବାର,
ନରଖେ ପାତର ଅନ୍ତର
ଜାତି ଧରମ ଗୋଷ୍ଠୀ ବିଚାରର।
ବିଚାରପତିଙ୍କ ଦରବାର,
ନବୋଲାଏ ନିଜକୁ ରାଜା,
ଦିଅଇ ସଜା ଯାହା ଆଇନ ଭିତର।
ବିଚାରପତିଙ୍କ ଦରବାର,
ଭୋଟ ଦ୍ୱାହି ଦେଇ, ତୁଚ୍ଛା ଭାଷଣେ
ଦରକାର ନାହିଁ ଜିତିବା ଚିତ୍ତ କାହାର।
ବିଚାରପତିଙ୍କ ଦରବାର,
ଲୋଡ଼ା ନାହିଁ ଏଠି ଛଳନା ପୋଷାକେ
ବିଭିନ୍ନ ରୂପରେ ଆବିର୍ଭାବର।
ବିଚାରପତିଙ୍କ ଦରବାର,
ଆଇନ ଅନୁଯାୟୀ ସର୍ବଶ୍ରେଷ୍ଠ କର୍ମ ଧର୍ମ
ପାଳନ କରିବା ଦରକାର।
ବିଚାରପତିଙ୍କ ଦରବାର,
ନ୍ୟାୟ ଦେଲେ ଆଦେଶରେ,
ପ୍ରତାରଣାର ଲୁହ ବୋହିବା ନାହିଁ ଦରକାର।
