STORYMIRROR

Kalandi pal

Inspirational

3  

Kalandi pal

Inspirational

ଭଉଣୀ ଖୋଜୁଛି ମମତା ମୂଲ

ଭଉଣୀ ଖୋଜୁଛି ମମତା ମୂଲ

1 min
157

ଚାହିଁ ଚାହିଁ ଆଖି      ପାଣି ମରିଲାଣି

       ଅନ୍ତରଟା ବୁଝୁନାହିଁ

ଫେରିବା ବାଟର     ଅଫେରା ପଥିକ

      ଯାଇଛି ସହିଦ୍ ହୋଇ ।


ମାତୃଭୂମି ପାଇଁ    ସୀମାନ୍ତରେ ଭାଇ

    ସାଜିଛି ସୈନିକ ବୀର

ଭୁଲେ ନାହିଁ ମନୁ    ରାଖି ପୁନେଇଁକୁ

     ସ୍ନେହ ମମତାର ମୂଲ ।


ପୁନେଇଁ ଆସିଛି    ବାନ୍ଧିଦେବ ରାଖି

     ଛାତିରେ ଛାତିଏ କୋହ

ଭଗ୍ନୀ ନିରିମାଖି     ସଜେଇ ରଖିଛି

     ମମତାର ସୂତା ଖିଅ ।।


ପୂରୁବ ଆକାଶେ    ସୁରୁଜ ଯେ ଦିଶି

    ପଶ୍ଚିମରେ ଗଲେ ବୁଡି

ଭଉଣୀ ଆଖିର    ଲୁହେ ଭିଜି ଯାଏ

   ସଜ୍ଜା ତାର ରାଖି ପେଡ଼ି ।।


ତଥାପି ଆଖିରେ    ନିଦ ନାହିଁ ତାର

     ପଲକ ବି ପଡୁନାହିଁ

ଫେରିବା ବାଟକୁ   ଚାହିଁଛି ଭଉଣୀ

     ଜଡ଼ ବସ୍ତୁଟିଏ ହୋଇ ।।


କେ ଭରି ପାରିବ  ଏଠି ମାଆ କୋଳ

    ବାପା ଡାକ ଛୁଆଟିର

ମନ ବୁଝା ଏଠି     ସହିଦ୍ ସମ୍ମାନ

    ଭାରତ ମାତାର ବୀର ।।


ଚାହିଁଛି ମାଆଟି    ତା ପ୍ରିୟତମାଟି

   ଫେରିବା ବାଟ ଅସାର

ଖୋଜୁଛି ଛୁଆଟି  ବାପା ବାପା ଡାକି

    କିଏ ଦେବ ବାପା ତାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational