Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

KRUTIBAS NAYAK

Inspirational Others

4  

KRUTIBAS NAYAK

Inspirational Others

ଗାନ୍ଧୀ-କସ୍ତୁରବା କଳି

ଗାନ୍ଧୀ-କସ୍ତୁରବା କଳି

1 min
359



ଦକ୍ଷିଣ ଆଫ୍ରିକା ଡରବିନ ଠାରେ ଗାନ୍ଧୀଜୀ ଓକିଲ ହେଲେ,

ପତ୍ନୀ କସ୍ତୁରବା ଦୁଇପୁତ୍ର ଆଉ ଭଣଜା ବି ସାଥେ ଥିଲେ |


ବିଭିନ୍ନ ଧର୍ମର ମୋହରିର ଆସି ତାଙ୍କରି ଘରେ ରହନ୍ତି,

ସାହେବୀ ଢଙ୍ଗରେ ସଭିଏଁ ପାତ୍ରରେ ପରିସ୍ରା କରି ଯାଆନ୍ତି |


ସେ ପାତ୍ରକୁ ନିତି ସଫା ଦାୟିତ୍ଵକୁ କସ୍ତୁରବା ନେଇଥିଲେ,

ଜଣେ ହରିଜନ ଖ୍ରୀଷ୍ଟିୟାନ ଆସି ପାତ୍ରରେ ପରିସ୍ରା କଲେ |


ଜାଣି କସ୍ତୁରବା ରାଗରେ କହିଲେ-ଏ’ଘରେ ରହିବି ନାହିଁ,

ଆଣିଛ କି ମୋତେ ନୀଚଲୋକ ମୂତ୍ରପାତ୍ରକୁ ଧୋଇବା ପାଇଁ ?


ଗାନ୍ଧୀ ଭାବିଥିଲେ ହସିହସି ସବୁକାମ କରୁ କସ୍ତୁରବା,

ତେବେଯାଇ ସିନା ଉଚ୍ଚ-ନୀଚଭାବ ବର୍ଣ୍ଣଭେଦ ହଟାଇବା |


ରାଗରେ ବାନ୍ଧିଜୀ କହିଦେଲେ-ତୁମେ ମୋର କଥା ଶୁଣିନିଅ,

କବାଟ ଫିଟାଇ ଦେଲି ଏବେ ତୁମେ ଯୁଆଡ଼େ ଯାଉଛ ଯାଅ |


କସ୍ତୁରବା ଗାନ୍ଧୀ ଚମକି କହିଲେ-ତୁମକୁ କି ଲାଜ ନାହିଁ,

ପତ୍ନୀ ସଙ୍ଗେ ପତି ମତାନ୍ତର ହୁଏ ଏ’କଥା କି ଜଣାନାହିଁ ?


ବାପା-ମାଆ ଘର-ଦ୍ଵାର ଛାଡ଼ିଛି ମୁଁ ତୁମରି ହାତକୁ ଧରି,

ଯେତେ ଦୁଃଖ-କଷ୍ଟଦିଅ ତୁମ ପାଶେ ଥିବି ମୁହିଁ ଛାଇପରି |


ଆମଘର କଥା କେହି ନ ଶୁଣନ୍ତୁ କବାଟ ବନ୍ଦକର,

ତୁମ ଆଦର୍ଶରେ କାମକୁ କରିବି ଯାହା ହେବ ଦରକାର |


Rate this content
Log in