STORYMIRROR

Kalandi pal

Inspirational

4  

Kalandi pal

Inspirational

ହେ ନୀଳମାଧଵ

ହେ ନୀଳମାଧଵ

1 min
300


ଭକତ ବାନ୍ଧବ ହେ ନୀଳମାଧଵ

     ଏ କି ବିପରୀତ ନାଟ.

କଳିଯୁଗ ସତେ ଶେଷ ହୋଇଯିବ

     ଯିବୁକି ଛତିଆ ବଟ.

ପ୍ରଭୁ ହେ ଏ କି ବିପରୀତ ନାଟ. l0l


ଅଜଣା ରୋଗରେ କମ୍ପିଲା ମେଦିନୀ

    ହା ହା କାର ଡାକ ଶୁଣି.

ବରଷକ ପରେ ଅନନ୍ତ ଶୟନୁ

    ଦରଶନ ଦେଲୁ ପୁଣି.

ପ୍ରଭୁ ଦରଶନେ ବିଭୋର ଭକତେ

    ମନ୍ଦିରେ ବସିଲା ହାଟ.

  ତୋ ରୂପରେ ଥିଲା ଚହଟ. l1l


ଅଜଣା ରୋଗଟି ମାଡିଆସେ ପ୍ରଭୁ

     ଧରି ନୂଆ କଳେବର.

ମନ୍ଦିରରେ ତାଲା ପଡି଼ବକି ଏବେ

     ହୃଦୟ ଥରଇ ମୋର.

ସତେକି ସରୁଛି ଏ ଯୁଗ ଏଠାରେ

    ଭୈରବି ଦେବେ କୁହାଟ.

 ପ୍ରଭୁ ନ ଦେଖିବେ ତୋର ଘଟ. l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational