STORYMIRROR

Kalandi pal

Inspirational

3  

Kalandi pal

Inspirational

ନବମୀ ସନ୍ଧ୍ୟା ଦର୍ଶନ

ନବମୀ ସନ୍ଧ୍ୟା ଦର୍ଶନ

1 min
157

ଯିବି ନାହିଁ କାଶୀ ଅବା ବାରଣାସୀ

  ଯିବି ନାହିଁ ବୃନ୍ଦାବନ

ଆଡପ ମଣ୍ଡପେ ଗୁପ୍ତ ବୃନ୍ଦାବନେ

  କରିବି ପ୍ରଭୁ ଦର୍ଶନ

ସେଠାରୁ ଶୁଭୁଛି ତାର ବଂଶୀ ସ୍ଵନ

ଶରଧା ବାଲିରେ ଦିଶେ ପିଲାଦିନ

  ସେଇ ପରା ବୃନ୍ଦାବନ l0l


ନୁହନ୍ତି ଦେବକୀ ନୁହନ୍ତି ଯଶୋଦା

  ସେଇ ତ ଗୁଣ୍ଡିଚା ମାତା

ପଣତ କାନିରେ ବାନ୍ଧି ହୋଇଛନ୍ତି

  ଆଜି ଜଗତ କରତା

ବିଶ୍ୱାମାତାଙ୍କର ଏ ବିଶ୍ୱଭୂବନ

ବରଷକେ ଥରେ ଶ୍ରୀ ନନ୍ଦନନ୍ଦନ

  ଭକ୍ତଙ୍କୁ ଦେବେ ଦର୍ଶନ l1l


ଯେଉଁ ଦର୍ଶନରେ କୋଟି ପୂଣ୍ୟ ମିଳେ

   କୋଟି ଜନ୍ମ ତପ ଫଳେ

ମନ୍ଦିରେ ଦର୍ଶନ ଦଶ ଗୁଣ ବଳି

   ପୁଣ୍ୟ ଏ ଦର୍ଶନେ ମିଳେ

ଆଡପ ବେଦୀରେ ଶ୍ରୀ ମଧୁସୂଦନ

ନବମୀ ସନ୍ଧ୍ୟାରେ ଆଳତି ଦର୍ଶନ

  ସବୁ ଦର୍ଶନଠୁ ଭିନ୍ନ l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational