ଅଧର ପଣା
ଅଧର ପଣା


ଭିଡି ଭିଡି ତାର ରଥ ଦଉଡି
ବାହୁଡ଼ାରେ ପ୍ରଭୁ ଆସି ବାହୁଡ଼ି
ସର୍ବ ଦେବାଦେବୀ ରଥରେ ଧରି
ସିଂହ ଦ୍ୱାରେ ରଥ ଦକ୍ଷିଣେ ମୋଡି
ହେଲେ ସୁନାବେଶ ସେ ଜଗତ ଈଶ
ମହଣ ମହଣ ସୁନା ଉଜାଡି ।
ସୋରିଷ ଫୁଲ କି ସେ ଜହ୍ନି ଫୁଲ
ଅବା କୃଷ୍ଣଚୁଡା ରଥେ ସମ୍ଭାର
ଚିକଣ କାଳିଆ ଦେହେ ସୁବର୍ଣ୍ଣ
କୋଟି ସୂର୍ଯ୍ୟ ସମ ହୁଏନି ତାର
ସୁବର୍ଣ୍ଣର କଢି ସୌନ୍ଦର୍ଯ୍ୟର ବଢ଼ି
କିଏସେ ଦେଇଛି ରଥେ ସଜାଡି ।
ଅଧର ଚୁମ୍ବନ ଅଧର ପଣା
ସେ ପଣା କଲାଣି ସଭିଙ୍କୁ ବଣା
ଜଗି ବସିଛନ୍ତି ସର୍ବ ଦେବଦେବୀ
ହଜାଇ ତାଙ୍କର ନିଜ ଠିକଣା
ନିଜ ବାସ ଛାଡି ନୀଳାଚଳେ ପଡି
ପାଇବାକୁ ଟିକେ ଜଗା ସଙ୍ଖୁଡି ।