STORYMIRROR

Pranati Mahapatra

Inspirational Others

3  

Pranati Mahapatra

Inspirational Others

ମାନବୀୟ ଲୀଳା

ମାନବୀୟ ଲୀଳା

1 min
238


ନବଦିନାତ୍ମକ ଯାତ୍ରା ଅନ୍ତେ ଆଜି

ବାହୁଡିବେ ମୋ ଜଗାବଳିଆ,

ଯାଅରେ ବାହୁଡି ମୋ ଧନ ସଂଙ୍ଖାଳି

ସିଂହଦ୍ଵାରେ ହୋଇଛନ୍ତି ଭକତ ଠିଆ।

ଆସିଲେ ତ ଫେରିବାକୁ ହୁଏ

ପହଣ୍ଡି ଲଗାଇ ଭାବଡୋରେ ବାନ୍ଧି

ଟାହିଆ ହଲାଇ ଯାଅ କାଳିଆ।


ବାସେ ନନ୍ଦିଘୋଷ ହସେ ବଡ଼ଦାଣ୍ଡ

ବେଦ ମନ୍ତ୍ରଧ୍ଵନି ଉଛୁଳି ପଡେ,

ଆଡପ ମଣ୍ଡପ ମାଆ ଗୁଣ୍ଡିଚା ରାଣୀ 

ବାହୁନି ଲୁଚେଇ ଅଶ୍ରୁ ନିଗାଡେ,

ଦେଇଥିଲେ ପ୍ରଭୁ ବରଷେ ଥରେ

ଜନ୍ମବେଦୀରେ ଭାଇଭଗ୍ନୀ ସହ

ମାଆ କୋଳେ ଆସି ଧୂଳିରେ ଗଡେ।


ସରିଲା ଅର୍ଦ୍ଦଳି ଫେରି ବନମାଳୀ

ଲଗାଇବେ ଶ୍ରୀମନ୍ଦିରେ ଗହଳି,

ବାହୁଡିବେ ଆଜି ମୋ ଜଗାବଳିଆ

ଚାହିଁଥିବି ବର୍ଷେ ଏ ଦୃଶ୍ୟ ଭାଳି।

ରଖିଥିବି ସବୁ ସ୍ନେହ ସଜାଡି

ଆରବର୍ଷ ରଥଯାତ୍ରାରେ ମୋ ପାଶେ

 ଆସିବ ପାଖକୁ ମୋ ଗଳାମାଳି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational