STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

କର୍ତ୍ତବ୍ୟ ପୂରଣ ହେଉ

କର୍ତ୍ତବ୍ୟ ପୂରଣ ହେଉ

1 min
157


ଭକ୍ତ ମନ ଇଚ୍ଛା ପୂର୍ଣ୍ଣ କରି ଦିଅ

ନ ରହୁଟି କିନ୍ତୁ ମନେ,

ଗତି ତବ ବିନୁ ନାହିଁ କାହାରେ

ପୂର୍ଣ୍ଣ କରି ଦିଅ ଦିନେ।୧।


ସବୁ ଜାଣୁ ଅଛ ମଉନେ ରହିଛ

କାହିଁକି ହେ ନାଥ ତୁମେ,

ମୋ କର୍ତ୍ତବ୍ୟ କଥା ମନେ ନାହିଁ ଚିନ୍ତା

ଜନ୍ମ ଦେଇ ଅଛ ତୁମେ।୨।


ମନୁଷ୍ୟ ଜୀବନ କର୍ତ୍ତବ୍ୟେ ଜଡ଼ିତ

ପୂର୍ଣ୍ଣ କର ମୋ କର୍ତ୍ତବ୍ୟ,

ତାହାରି ନିମନ୍ତେ ଚିନ୍ତା ଅହରହ

ପୂର୍ଣ୍ଣ ହେଉ ସେ କର୍ତ୍ତବ୍ୟ।୩।


ସମୟର ଚକ୍ର ଗତିମାନ ହୁଏ

ତହରି ନିର୍ଦ୍ଦେଶେ ପ୍ରଭୁ,

ନିର୍ଦ୍ଦେଶଟି ହେଉ କର୍ତ୍ତବ୍ୟ ପୂରଣେ

ଆଶିର୍ବାଦ କର ପ୍ରଭୁ।୪।


ଜଗତ ଠାକୁର ବାନା ଉଡୁ ଅଛି

ଭକ୍ତଙ୍କର ବନ୍ଧୁ ତୁମେ,

ମୂର୍ଖାମିରେ ଯଦି ଭୁଲ କରି ଅଛି

କ୍ଷମା କରି ଦିଅ ତୁମେ।୫।


ନାହିଁ ପ୍ରଭୁ ଗତି ତବ ବିନୁ ଅନ୍ୟେ

ଜଗତକର୍ତ୍ତାଟି ତୁମେ,

ଚରାଚର ପୃଥି ତୁମରି ଭିଆଣ

ଜୀବନ କର୍ତ୍ତାଟି ତୁମେ।୬।


କର୍ମର ନିମନ୍ତେ ଜୀବନ ଦେଇଛ

କର୍ମ ପୂର୍ଣ୍ଣ କର ମୋର,

ସତ୍ୟପଥ ହେଉ ଜୀବନର ପଥ

ଧର୍ମପଥ ହେଉ ମୋର।୭।


ତବ ଶ୍ରୀଚରଣେ ନିତ୍ୟେ ଭକ୍ତି ରହୁ

ଜନସେବା ରହୁ ମନେ,

ରାଷ୍ଟ୍ରର ନିର୍ମାଣେ ଯୋଗଦାନ ରହୁ

ଗୃହ ଧର୍ମ ରହୁ ମନେ।୮।


ମନୁଷ୍ୟ କର୍ତ୍ତବ୍ୟ ରଚନା ତୋହର

ପୂର୍ଣ୍ଣ କରି ଦିଅ ମୋର,

ଆଶିର୍ବାଦ କର କର୍ତ୍ତବ୍ୟ ପାଳନେ

ପଦେ ଭକ୍ତି ରହୁ ମୋର।୯।


ଭକ୍ତ ମନ ଇଚ୍ଛା ପୂର୍ଣ୍ଣ କରି ଦିଅ

ନ ରହୁ ଟି କିନ୍ତୁ ମନେ,

ଗତି ତବ ବିନୁ ନାହିଁ କାହାରେ

ପୂର୍ଣ୍ଣ କରି ଦିଅ ଦିନେ।୧୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational