STORYMIRROR

Prabhati Mahapatra

Inspirational Others

3  

Prabhati Mahapatra

Inspirational Others

ମା'ଙ୍କ ଆଳତି

ମା'ଙ୍କ ଆଳତି

1 min
191


ଜୟ ଜୟ ଦୁର୍ଗା ଜୟ ଆଦିମାତା

ଗିରିଜା ଚଣ୍ଡିକା ସତୀ

ତୁହି ମା ଗଉରୀ ତୁହି ଶାକମ୍ବରୀ

ମହାମୟା ଭଗବତୀ ।

ସର୍ବ ଦେବ ସଙ୍ଗେ ଦେବ ମହାଦେବ

ଧ୍ୟାନ କଲେ ତୋର ନାମ

ସୁଦୟା କରିଲୁ ସୁରକ୍ଷା ତୁ ଦେଲୁ

ପୁରା କରି ମନୋସ୍କାମ ।

ସଙ୍କଟ ମୋଚନୀ ବିପଦ ହାରିଣୀ

ଜଗତର ମାତା ତୁହି 

ଅବର୍ଣ୍ଣନୀୟ ତୋ ଅନୁପମ ରୂପ

ମାଗୋ ଷଷ୍ଠୀ ମହାମାୟୀ ।

ଅଣାକାର ତୁହି ଅନନ୍ତ ଅସୀମ

ସ୍ନେହ ତୋର ପାରାବାର

ସମଗ୍ର ଜଗତ ଶାନ୍ତିରେ ଜୀବିତ

ସବୁ ତୋର ଉପହାର ।

ଘେନ ମୋ ଆଳତି ମାଗୋ ଜଗଦ୍ଧାତ୍ରୀ

ଚଣ୍ଡି ଚାମୁଣ୍ଡା ଧାରିଣୀ

ସିଂହ ବାହିନୀ ମା ଶକ୍ତି ପ୍ରଦାୟିନୀ

ତୋ ପାଦେ ସର୍ବଦା ଋଣି ।

ଚଉଦିଗ ପରା ମାଡି ବସି ଥାଉ

ଘୋଡାଇ ପଣତ ତୁହି

ସନ୍ତାନ ସଦୃଶ୍ୟ ଜନ ଜୀବ ପାଳୁ

କୃପା ବାରି ବରଷାଇ ।

ଆସ ମା ଈଶାନୀ ଦେବୀ ସନାତନୀ

ପାର୍ବତୀ ଗଉରୀ କାଳୀ

ଭକତେ ଡାକନ୍ତି ହୃଦୟ କନ୍ଦରୁ

କେତେ ନାମ ଭାଳି ଭାଳି ।

ପ୍ରଭାତେ ସଂଧ୍ୟାରେ ତୋ ନାମ ଜପିଲେ

ଦୁଃଖ କଷ୍ଟ ହୁଏ ଦୂର

ଏତିକି କରୁଣା ହେଉ ମାତ ତୋର

ଖୋଲି ଯାଉ ମୁକ୍ତି ଦ୍ଵାର ।

ମରଣ କାଳରେ ତୋର ନାମ ଧରି

ପ୍ରାଣ ବାୟୁ ଉଡ଼ି ଯାଉ

ଏତିକି ମୋହର ଇଛା ଅଭିଳାଷ

ଜଗତ ଉଦ୍ଧାର ହେଉ ।




Rate this content
Log in

Similar oriya poem from Inspirational