STORYMIRROR

Ramesh takri

Inspirational

3  

Ramesh takri

Inspirational

ବିଶ୍ବକର୍ମା

ବିଶ୍ବକର୍ମା

1 min
154

ବିଶ୍ବକର୍ମା ପୂଜା   ଲାଗେ ଭାରି ମଜା

    ପଲ୍ଲୀରୁ ସହରେ ହୁଏ

ପୂଜା ମଣ୍ଡପର   ଶୋଭାକୁ ବଢ଼ାଇ

    ସାଜ ସଜ୍ଜା କରାଯାଏ ।୧।


ଶରତ ୠତୁରେ   ଆଶ୍ବିନ ମାସରେ

    ଭକତି ଭାବନା ନେଇ

ତୁମ ନାମ ଧରି   ଗୁହାରି କରୁଛି

    କରୁଣା ପାଇବା ପାଇଁ ।୨।


ବିଶ୍ବ ବ୍ରହ୍ମାଣ୍ଡର   ଶ୍ରେଷ୍ଠ କାରିଗର

    ପ୍ରଭୁ ବିଶ୍ବକର୍ମା ନାମ

ଶିଳ୍ପ ଭାସ୍କର୍ଯ୍ୟର   କଳାରେ କୁଶଳୀ

    ଚମତ୍କାର ତୁମ କାମ ।୩।


ଯନ୍ତ୍ରୀ ମାନଙ୍କର.  ମୁଖ୍ୟ ଯନ୍ତ୍ରୀ ଅଟ

    ଅସୀମ ତୁମର ଶକ୍ତି

କର୍ମ କରିବାର   ପ୍ରେରଣା ଯୋଗାଅ

    ଆଳସ୍ଯରୁ କର ମୁକ୍ତି ।୪।


ଦେବ ଲୋକଠାରେ   ଯାହା କରିଅଛ

    ଦୟାମୟଙ୍କ ଇଛାରେ

ମର୍ତ୍ତ୍ଯକୁ ସରଗ   କରିଦିଅ ଥରେ

    ଆସ ଏ ଧରା ଧାମରେ ।୫।


ସୃଷ୍ଟି କରିବାର   କାରିଗରି ବିଦ୍ଯା

    ଆୟତ୍ତ କରିବା ପାଇଁ

ତୁମରି କରୁଣା   ପାଇବା ଆଶାରେ

    ଭକ୍ତ ରହିଛନ୍ତି ଚାହିଁ ।୬।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational