STORYMIRROR

kahnu charan sahu

Inspirational

3  

kahnu charan sahu

Inspirational

ଅଲୋଡ଼ା ମଣିଷ

ଅଲୋଡ଼ା ମଣିଷ

1 min
268

 


କେଇ ରାତିର ଅନ୍ତରାଳେ

କେତେ ପାଦର ଦୂରତାରେ

ତମେ ଏବେ ମାନବୀରୁ ଦେବୀ !


ଲୋକେ ଠିକ୍ କହନ୍ତି

କେଇପାଦ ଆଗରେ ଚାଲୁଥିବା ମଣିଷ

ପଛକୁ ଫେରି ଦେଖେନି

ସରି ଯାଇଥିବା ସ୍ମୃତିକୁ

ଦୁଃସ୍ୱପ୍ନ ଭାବି ମନେପକାଏନି !


ଝୁଣ୍ଟି ପଡୁଥିବା କିଛି ସମୟ

ମିଳିଥିବା ସାହାରା

ଆବଶ୍ୟକ ଥିବା କେଇ ହାତ

କାଳକ୍ରମେ ସାରିବସେ ଆୟୁଷ,

ବଢିଚାଲେ ଦୂରତ୍ୱ

ଚାଳଘର ସମ୍ପର୍କ

ମାର୍ବଲ ଘରେ ଘନିଷ୍ଠ ।


ପରିଚୟ ପାଇଁ ଦୁନିଆର ଭିଡ଼ରେ

ଠେଲାପେଲା ହେଉ ହେଉ ସମୟର ଶେଷ

ପବିତ୍ର ସମ୍ପର୍କ ହୁଏ ପ୍ରଭାବିତ

ଦିନେ ଭାବ ବାଣ୍ଟୁଥିବା କେହି ଜଣେ 

ଆଜି ଅଲୋଡ଼ା ମଣିଷ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational