STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

କରୋନା ର ନରମେଧ ଯଜ୍ଞ

କରୋନା ର ନରମେଧ ଯଜ୍ଞ

1 min
316


ଭୟର ପାହାଡ଼ ମାଡ଼ି ମାଡ଼ି ଆସେ ନଦିଶଇ ବୁଦ୍ଧି ବାଟ

ହତଜ୍ଞାନ ଏଇ ମଣିଷ ସମାଜ ଭୋଗଇ ଘୋର ସଙ୍କଟ

ଲହୁ ଝରେ ଲୁହ ହୋଇ

ସତେକି ବ୍ରହ୍ମାଣ୍ଡ ପ୍ରଳୟ ପଥରେ ଝରୁଛି ଶବ ର ନଈ ।।


ମାଆ ଆଗେ ପୁଅ ଜୁଇରେ ଶୋଉଛି ମଶାଣି ର ଖୋଲା ହସ

ଅବିରାମେ ଚିତା ଜଳୁଅଛି ଏକି ଯଜ୍ଞକର୍ମ ଅଧିବାସ

ନରମେଧ ଯଜ୍ଞ ତାର

କରୋନା ରାକ୍ଷସ ଦ୍ଵିତୀୟ ଭାଗରେ ଗତି ତାହାର ପ୍ରଖର ।।


ଅମାନିଆ ଯେତେ ମଣିଷ ତ ତିଳେ ମାନୁନାହିଁ କୁ଼ହା କଥା

କେତେ ଭୟାବହ ଏହା ପରିଣାମ ନାହିଁ ତ କାହାର ଚିନ୍ତା

ଭଗବାନ ଅସହାୟ

ଦୁଃଖ ଅଭିବ୍ୟକ୍ତ କରିବାକୁ ମୋର କଲମ ବି ନିରାଶ୍ରୟ ।।


ସ୍ଵାମୀ ଛାଡ଼ି ଯାଏ ଏକାକିନୀ ପତ୍ନୀ କନ୍ଦୁଅଛି ମୁଣ୍ଡ କୋଡ଼ି

ଆହା ଜୀବଧନ ଏକା କରିଦେଇ କାହାପାସେ ଗଲ ଛାଡ଼ି

ନିମନ୍ତ୍ରଣ କରେ ଆସ

ମୋ ଜୀବନ ତୋତେ ସମର୍ପଣ କଲି ଆରେ କରୋନା ରାକ୍ଷସ ।।


ହୃଦଫଟା କେତେ କରୁଣ ଦୃଶ୍ୟ ଯେ ନିତି ହୁଏ ଅଭିନୟ

ଦେଖିବାକୁ ନାହିଁ ଏ ଦୃଶ୍ୟ ବି କେହି ସରବେ ତ ନିରାଶ୍ରୟ

ତଥାପି ଚେତନା ହୀନ

ଖଳ ଖେଳ ଏବେ ଦେଖୁଛି ସମାଜ ଘୋଟିଛି ଘୋର ଦୁର୍ଦ୍ଦିନ ।।


ଲୁହ ଝରେ ଯଥା ଶ୍ରାବଣ ର ବାରି ଅବାରିତ ଦିନ ରାତି

ସାବଧାନ ହୁଅ ଥରେ ରେ ମଣିଷ ରୋକିବାକୁ ତା’ର ଗତି

ନିଜ ହାତେ ନିଜ “ପ୍ରାଣ

ପକ୍ଷୀ” ରେ ଛଳନା ନକରି ନକର ମରଣର ର ନିମନ୍ତ୍ରଣ ।।


କବି ଅଳିକରେ ନିରାଶ୍ରୟ ମୁଁ ତ ଚେତନା ଯାଉଛି ହଜି

ରକ୍ଷାକର ଏହି ଜୀବ ଜଗତ କୁ ଆହେ ପ୍ରଭୁ ବ୍ରହ୍ମରାଶି

ସଂସାର ରକ୍ଷଣ ଅର୍ଥେ

ଅଭ୍ୟୁଦୟ ହୁଅ ଜୀବ ଚେତନାରେ ଏତିକି ମାଗୁଛି ତୋତେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational