STORYMIRROR

Chittaranjan Nanda

Inspirational Others

3  

Chittaranjan Nanda

Inspirational Others

ମଣିଷର ସ୍ୱାଧୀନତା ଅର୍ଥେ ଭାବନା

ମଣିଷର ସ୍ୱାଧୀନତା ଅର୍ଥେ ଭାବନା

1 min
134


ବହୁ ବରଷ ଚାଲି ଥିଲା ଆମ ଦେଶରେ 

ଔପନିବେଶିକ ଶାସନ

ଦେଶରେ ହେଉଥିଲା ଆଭ୍ୟନ୍ତରୀଣ କେତେ 

ସାମାଜିକ ଶୋଷଣ ll


ତା ବିରୁଦ୍ଧରେ ହୋଇଥିବା ବହୁମୂଖୀ ମୁକ୍ତି 

ସଂଗ୍ରାମର ଫଳରେ

ପାଇଛେ ଆମର ଏହି ବହୁମୂଲ୍ୟ ସ୍ଵାଧୀନତା 

କେତେ ଚେଷ୍ଟାରେ Il   


ମୋ ଭାରତ ମାତାର କୋଟି କୋଟି ଜନ

ସଂଖ୍ୟା ଓ ବିବିଧତା ଦୃଷ୍ଟିରୁ 

ଏହାର ନିରନ୍ତର ପ୍ରଗତି ଆମର ଲକ୍ଷ୍ୟ, 

ଭୁଲିବାନି କେବେ ମନ ମଧ୍ୟରୁ ll


ସରବ ବ୍ୟକ୍ତି ହୃଦୟଙ୍ଗମ କରିବାକୁ ପଡିବ 

ସ୍ଵାଧୀନତାର ଅର୍ଥକୁ 

ସପନ ସାକାର ପାଇଁ, ମୌଳିକ ସର୍ତ୍ତ ହେବ 

ସ୍ୱୀକାର କରିବାକୁ ll


ଆମର ଧର୍ମଗତ, ଭାଷାଗତ ଓ ସାଂସ୍କୃତିକ 

ବିବିଧତାର ସ୍ଥିତିରେ

ଦେଶ ସମୃଦ୍ଧି କରି ପାରେ କେବଳ ଆମର 

ସହନଶୀଳତା ନୀତିରେ ll


ସ୍ୱାୟତ୍ତତା ଓ ପାରସ୍ପରିକ ବନ୍ଧୁତା ତଥା ସରବ 

ଧରମକୁ ସମ୍ମାନ ଭିତ୍ତିରେ

ପ୍ରତ୍ୟାଖାନ କରିବା ସାମ୍ପ୍ରଦାୟିକ ବିଭାଜନ, ଘୃଣା 

ଓ ହିଂସାର ରାଜନୀତିକୁ ପୁରା ଭାବରେ  ll


ଦରକାର ସମସ୍ତ ଗଣତାନ୍ତ୍ରିକ ଅନୁଷ୍ଠାନ ଓ 

ପ୍ରକ୍ରିୟା ଗୁଡିକ ଦୃଢ଼ କରିବା

ସମ୍ବିଧାନଗତ ମାନବିକ ଅଧିକାର ଗୁଡିକୁ 

ବାସ୍ତବିକ ରୂପାୟନ କରିବା ll


ବାକ୍ ସ୍ୱାଧୀନତା ଓ ଧର୍ମଗତ ସ୍ଵାଧୀନତା

ସଙ୍କୁଚିତ ଓ ଦମନ କରିବା ପାଇଁ 

ରାଜନୈତିକ, ପ୍ରଶାସନିକ ଓ ଆଇନଗତ 

ଉଦ୍ୟମ ପ୍ରତି ସଚେତନ ଥିବା ରହି ll


ବ୍ରିଟିଶ ଔପନିବେଶିକ ଶାସନ ଦେଶରେ 

ସିନା ସମାପ୍ତ ହୋଇଛି 

ନୂଆ ପ୍ରକାରର ଔପନିବେଶିକ ବ୍ୟବସ୍ଥା 

ଦେଶକୁ ମାଡି ବସିଛି ll


ଚାଷୀ, ଶ୍ରମିକ, ଆଦିବାସୀ, ଓ ଦଳିତ ତା

ଶ୍ରମର ମୂଲ୍ୟ ପାଏନା

କିଛି ହାତଗଣା ବ୍ୟକ୍ତି ଶ୍ରମର ମୂଲ୍ୟକୁ କେବଳ

ଶୋଷଣ କରି ଦିଏନା ll


ବିଶ୍ଵ ଓ ଭାରତୀୟ ପୁଞ୍ଜିପତିମାନେ, ରାଷ୍ଟ୍ର ଶକ୍ତି

କୁ ପ୍ରଭାବିତ କରିଛନ୍ତି

ପ୍ରାକୃତିକ ସମ୍ବଳର ଓ ପରିବେଶର ଶୋଷଣ 

ଓ ଦମନ କରି ପାରିଛନ୍ତି ll


ଜାତିପ୍ରଥା, ପୁରୁଷ ପ୍ରଧାନ ବ୍ୟବସ୍ଥା, ମୌଳବାଦ 

ଧ୍ୱଂସ କରେ ମାନବିକତାକୁ 

ରକ୍ଷଣଶୀଳ ସଂସ୍କୃତି ଓ ଯେତେ ସାମାଜିକ କୁସଂସ୍କାର 

କୁଠାରିଘାତ କରେ ବ୍ୟକ୍ତି ସ୍ୱାଧୀନତାକୁ ll


ମଣିଷ ସ୍ୱାଧୀନତା ହାସଲ ପାଇଁ ଏ ସବୁକୁ ଲୋପ 

କରିବା ଆବଶ୍ୟକ 

ପ୍ରତିବନ୍ଧକ ଦୂର କରିବା ପାଇଁ ଗଣ ଚେତନା ହେଉ 

ଆଜି ଯୁଗର ସଂକଳ୍ପ ll





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational