ନମସ୍ତେ ଦେବ ଶୂଳପାଣି
ନମସ୍ତେ ଦେବ ଶୂଳପାଣି
ନମସ୍ତେ ଦେବ ଶୂଳପାଣି l
ଅଙ୍ଗେ ଭୂଷଣ ତୋର ଫଣୀ ll
ନମସ୍ତେ ଦେବ ପଞ୍ଚାନନ l
ସର୍ବାଙ୍ଗେ ଭସ୍ମ ବିଲୋପନ ll
ନମସ୍ତେ ଦେବ ମହେଶ୍ୱର l
ଶ୍ମଶାନ ବାସୀ ଦିଗମ୍ବର ll
ନମସ୍ତେ ଦେବ ଆଶୁତୋଷ l
ନମସ୍କାରରେ ତୁ ସନ୍ତୋଷ ll
ନମସ୍ତେ ଦେବ ବିଶ୍ୱନାଥ l
ତୁ ଦେବ ବିଶ୍ୱ ସଂହାରକ ll
ନମସ୍ତେ ଦେବ ନୀଳକଣ୍ଠ l
ଗରଳ ପିଇଲୁ ଆକଣ୍ଠ ll
ନମସ୍ତେ ଅମ୍ବିକାଙ୍କ ଧବ l
ତୁ ଦେବ ଦେବ ମହାଦେବ ll
ନମସ୍ତେ ଶଶାଙ୍କ ଶେଖର l
ଗଙ୍ଗା ତୋ ଜଟାରୁ ବାହାର ll
ନମସ୍ତେ ଦେବେଶ ମହେଶ l
ତୋ ବାସ ଅଟେ କଇଳାଶ ll
ନମସ୍ତେ ଦେବ ତ୍ରିଲୋଚନ l
କାମକୁ କଲୁ ତୁ ଦହନ ll
ନମଃ ତାଣ୍ଡବ ନୃତ୍ୟକାରୀ l
ନମସ୍ତେ ଦେବ ତ୍ରିପୁରାରୀ ll
ମହାଯୋଗୀ ତୁ ଯୋଗେଶ୍ଵର l
ତୁ ଭୋଳା ରୁଦ୍ର ତୁ ଶଙ୍କର ll
ତୋ ହସ୍ତେ ଶୋଭଇ ଡମ୍ବରୁ l
ହର ତୁ ପ୍ରାଣୀ କଷ୍ଟ ହରୁ ll
ଅସଂଖ୍ୟ ଅଟେ ନାମ ତୋରି l
ବର୍ଣ୍ଣି କି ପାରେ ଦେହଧାରୀ ll
ନମସ୍ତେ ଦେବ ମହାକାଳ l
ଶରଣ ପଶିଲି ସମ୍ଭାଳ ll
