STORYMIRROR

Kalandi pal

Inspirational

3  

Kalandi pal

Inspirational

ଦିବ୍ୟ ଉପହାର

ଦିବ୍ୟ ଉପହାର

1 min
206

ଦିବ୍ୟ ଉପହାର  ଏଠି ପ୍ରଭୁଙ୍କର

  ମାନବ ଜନ୍ମ ଶଇଳେ 

ହୋଇବା ମାନବ  ନ ଥିବଟି ଭାବ

  ଧିକ ଜୀବନ ସଂସାରେ ।।


ପିତା ମାତାଙ୍କର  ଦିବ୍ୟ ଉପହାର

  ସନ୍ତାନଟି ସଂସାରକୁ

ସନ୍ତାନଟି ଯେବେ ହୁଏ ଘୋଡ଼ାମୁହାଁ

   ଏ କଥା କହିବା କା'କୁ ।।


ଗ୍ରନ୍ଥ ମଧ୍ୟେ ସାର ଦିବ୍ୟ ଉପହାର

  ଭାଗବତ କଥାମୃତ

ଶ୍ରୀ କୃଷ୍ଣଙ୍କ ବାଣୀ ଜାଣି ଜାଣି ପୁଣି

  ଅଧର୍ମରେ ରହେ ଲିପ୍ତ ।।


ଗୁରୁଙ୍କର ବାଣୀ  ଦିବ୍ୟ ଜ୍ଞାନ ପୂଣି

  ସଂସାର ଜୀବନ ପଥେ

ଯେବେ ନ ମାନିବା ଗୁରୁ ବାକ୍ୟ ଅବା

  ଅଯୋଗ୍ୟ ସଂସାର ରଥେ ।।


ଦାମ୍ପତ୍ୟ ଜୀବନ  ସୁଖ ମୟ ଧନ

  ଦିବ୍ୟ ପ୍ରେମ ଉପହାରେ

ପ୍ରେମରେ କଳଙ୍କ ଆଙ୍କେ ସ୍ୱାର୍ଥ ଅଙ୍କ

  କଟେ ଦିନ ହାହାକାରେ ।।


ଯଶ ସମ୍ମାନର  ଦିବ୍ୟ ଉପହାର

  ସମାଜ ଯେ ଦେଇଥାଏ

ଅପବ୍ୟବହାର  କଲେ ସମ୍ମାନର

  ମୂର୍ଖରେ ସେ ଗଣା ହୁଏ।।


ମଣିଷ ଜୀବନ ଦେହେ ଦିବ୍ୟଜ୍ଞାନ

  ପରର ମଙ୍ଗଳ ଚିନ୍ତା

ପର ଅମଙ୍ଗଳ ଭାବେ ଯେଉଁ ନର

  ସିଏ କି ନରେ ଗଣତା ?


ଜୀବନର ମାନ କର୍ମେ ଶ୍ରେଷ୍ଠ ସ୍ଥାନ

  କର୍ମ ଅଟେ ଭଗବାନ

କର୍ମେ ଅବହେଳା ଅକର୍ମର ଭେଳା

  ଚଳାଏ ଯେ ନିତି ଦିନ ।।


ହେଲେ ବି ମଣିଷ ପଶୁରେ ଗଣା ସେ

  ଥାଉ ଧନ ଓ କ୍ଷମତା

କ୍ଷମତା ଓ ଧନ  କ୍ଷଣସ୍ଥାୟୀ ମଣ

  ଦିନେ ହଜିଯିବ ସତ୍ତା ।।


ଗଢିଛି ସଂସାର  ଦିବ୍ୟ ଉପହାର

  ପ୍ରକୃତିର ଶୋଭା ବର୍ଣ୍ଣ

ସ୍ୱାର୍ଥ ପାଇଁ ଧ୍ଵଂସ କରେ ଏ ମଣିଷ

  ଏ କେଉଁ ମହତ୍ କର୍ମ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational