Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Inspirational

3  

Satyanarayan Sahoo

Inspirational

ହେ ନୂଆ ବରଷ ଆସିବ କି ନୂଆ ସକାଳ

ହେ ନୂଆ ବରଷ ଆସିବ କି ନୂଆ ସକାଳ

1 min
181



ହେ  ନୂଆ ବରଷ ଆସିବ କି ନୂଆ ସକାଳ ନେଇ

ପ୍ରାଣେ ସ୍ନେହ ଶ୍ରଦ୍ଧା ପ୍ରେମ ପ୍ରୀତି ଅନୁରାଗକୁ ଦେଇ ।


କରିବ ଜୀବନ ଆନନ୍ଦ ଉଲ୍ଲାସ ଉଦ୍ଦୀପନାରେ

ପୂର୍ଣ୍ଣ ଭାର ଭରା  ଖୁସିର ପସରା ମେଲି ମନରେ ।


ତୃପ୍ତିରେ ପ୍ରତ୍ୟେକ ଜୀବ ଜନ୍ତୁ ସୁଖ ଶାନ୍ତି ଶୃଙ୍ଖଳା

ଉପଭୋଗ କରି ଆନନ୍ଦେ ଉଚ୍ଛୁଳି ବିହରୀ ଲୀଳା ।


ନୃତ୍ୟ କୋଳାହଳେ ଅବନୀର ଅଙ୍କ ହେବ ମୁଖର

ପ୍ରବାହିତ କରି ଦିବ୍ୟ ଚେତନାର ସୁରଭି ଧାର । 


ମଧୁର ପୁଲକେ ପ୍ଲାବନ ଖେଳାଇ ଜୀବ ଜୀବନେ

ସ୍ଥାପି ଯିବ ଶାନ୍ତି  ସନ୍ତୋଷ ସୌହାର୍ଦ୍ଦ୍ୟ ତୁମେ ଯତନେ ।


ଯେତେ ଦୁଃଖ ଶୋକ କୋହ ନିର୍ଯାତନା ହେବ ନିର୍ମୂଳ

ପରିବେଶ ଶୋଭା ଶୋଭାଇ କରିବ ଶାନ୍ତ ନିର୍ମଳ ।


ନବ ନବ ଜ୍ଞାନ ବିଦ୍ୟା କୌଶଳରେ ଉନ୍ନତି ଆଣି

ଶୋଭା  ବିଭା ମୟୀ ମାଧୁରୀରେ ମଣ୍ଡି ଧରଣୀ ।


ହେ  ନୂଆ ବରଷ ଆସିବ କି ନୂଆ ସକାଳ ନେଇ

ପ୍ରତି କ୍ଷଣେ ପ୍ରାଣେ ପୁଣ୍ୟ ସଦାଚାର ତୁମେ ଯୋଗାଇ ।


ଶାନ୍ତିର ବାରତା ମୂର୍ଚ୍ଛନା ତଲ୍ଲୀନ କରି ଜୀବନ

ରୁପେଲି ଚମକ ଖେଳାଇ ଦୁନିଆଁ ହରିବ ମନ ।


ହେ  ନୂଆ ବରଷ ଆସିବ କି ନୂଆ ସକାଳ ନେଇ

ପ୍ରୀତିର ପୁଲକେ ଏ ଧରା ମୂଳକେ ପ୍ରାଣ ରଞ୍ଜାଇ ।


ଦିବ୍ୟ ଭାବ ଧାରେ ଭରି ଦେବ କିବା ମନ ହୃଦୟ

ତୁମରି ପରଶେ ନବୀନ ଉଷାର ଅରୁଣୋଦୟ ।


ହେବ ଏ ଜଗତେ ଆଶା ଭରସାର ଅମୀୟ ନେସା

ହେ  ନୂଆ ବରଷ ତୁମ ଆଗମନେ ହେବ ସୁବେଶା ।


ସୁନ୍ଦରୀ ଧରିତ୍ରୀ ସ୍ନେହ  ପ୍ରେମ  ପ୍ରୀତି ଉଠିବ ଭରି

ହେ  ନୂଆ ବରଷ ଆସିବ କି ନୂଆ ସକାଳ ନେଇ ।



Rate this content
Log in

Similar oriya poem from Inspirational