STORYMIRROR

Premananda Jena

Inspirational

3  

Premananda Jena

Inspirational

ନିଃଶବ୍ଦ ପୁରୁଷ

ନିଃଶବ୍ଦ ପୁରୁଷ

1 min
220


ତୁହାକୁ ତୁହା ବର୍ଷା

ଆସୁଛି

କଙ୍ଗାରୁ କ୍ଷେପାରେ

ଡେଇଁ ଡେଇଁ ଯାଏ

ଛାତରୁ ଛାତକୁ

ଗଛରୁ ଗଛକୁ

ବାହାରେ ବର୍ଷାର

ଭୀଡ଼

ଭିଜୁଛି ବନ୍ଧ ବାଡ଼

ନଈ ନାଳ ଧାନ କ୍ଷେତ

ହିଡ଼ l

ବର୍ଷାର ହାଡ଼ ମାଂସ ତଳେ

ମୁଁ ଶୁଣୁଛି

ବର୍ଷାରେ ହଜେଇ ଦେଇଥିବା

ନିଜକୁ ମଜେଇ ଦେଇଥିବା

ନିଃଶବ୍ଦ ପୁରୁଷର ଅନ୍ତଭେଦୀ

ଖୁବ୍ ପରିଚିତ ଶବ୍ଦ

ତର ତର ହୋଇ

ଚଷିବାରେ ବ୍ୟସ୍ତ

ନିଘା ତା'ର ସୃଷ୍ଟି କରିବାକୁ

ଶ୍ୱେତ ଆଉ ଲୋହିତ ରକତ l

ପାଣି କାଦୁଅରେ

ଯେତେ ଘାଣ୍ଟି ହେଲେ ବି

ନସର ପସର ହେଲେବି

ଥକା ଲାଗୁଥିଲେ ବି

ସେ ଥକିଯାଉନି

ବିଶ୍ରାମ ପାଇଁ ତର ନାହିଁ

ନିଜପ୍ରତି ଫିକର ନାହିଁ

ବର୍ଷା ପାଣି ଧୋଇ ଦେଉଛି ନିଗୁଡୁଥିବା ଝାଳକୁ,ଦେହର

ଗନ୍ଧକୁ ,ଚନ୍ଦନ ଟିପାପରି କାଦୁଅର ଛିଟା

ରୋମାଂଚିତ କରୁଛି

ଅଙ୍ଗେ ଭରୁଛି ଶୀତଳତା  l

 

  ଏବେ

ବର୍ଷା ନାହିଁ ପବନର ଶବ୍ଦ ନାହିଁ

ନାହିଁ ଟୁପୁର ଟାପୁର ଶବ୍ଦ

ମୁଣ୍ଡ ଉପରର ସୂର୍ଯ୍ୟ

ବିନ୍ଧୁଛି ତପ୍ତ ବାଷ୍ପ ତୀର

ଏବେ ଝରୁଛି ଝାଳର ଝର

ଭିଜୁଛି ତାଳୁ ଭିଜୁଛି ତଳିପା,

ଏବେ ବିରତିର ବେଳ

ଆହାର ନେବାର ବେଳ l

ବୋଉର ହାତରନ୍ଧା ଖାଦ୍ୟ ବାସ୍ନା

ଚହଟୁଛି କଦଳୀ ପତ୍ରରୁ

ସରିଛି ଭୋଜନ ଘାରୁଛି ତନ୍ଦ୍ରା

ବେଳ କାହିଁ ଆଖି ବୁଜିବାକୁ

ସାରିବାକୁ ହେବ

ବେଳବୁଡି଼ବା ପୂର୍ବରୁ l

ଏବେ ବର୍ଷା ନାହିଁ ଖରା ନାହିଁ

ନାହିଁ ଆକାଶେ ସୁରୁଜ

 ହୋଇଲାଣି ବାହୁଡ଼ିବା ବେଳ

ପଶୁକୁ ଖୁଆଇ ଖୁଆଡ଼େ ପୁରାଇ

ରଚିବାକୁ ହେବ ଆପଣା କୁଟୀରେ

 କୁଟୀର ଶୀଳ୍ପ

 ବଢ଼ାଇବାକୁ ଆର୍ଥିକ ସମ୍ବଳ l


ବର୍ଷା ଯିବ

ବିତିବ ହେମନ୍ତେ କାର୍ତ୍ତିକ

ଆସିଲେ ମଗୁଶୀର

ସୁନେଲି ଢେଉରେ

ନାଚି ଉଠିବ ଧାନ କ୍ଷେତ

ପୁଷ ମାସେ ହାଡ଼ଭଙ୍ଗା ଶୀତେ

ହସିବ ଧାନ ଖଳା

ବିଜେକରିବେ ମାଆ

ଢାଙ୍କି ଅଭୟ ପଣତ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational