STORYMIRROR

Panchanan Jena

Inspirational

3  

Panchanan Jena

Inspirational

ଶାଶ୍ଵତ ମୋହନ

ଶାଶ୍ଵତ ମୋହନ

1 min
182


ନୂଆ ବରଷ

ନୂଆ ଦିବସ

ନୂଆ ସୂର୍ଯ୍ୟୋଦୟ ,


ହସିଲା ମୁଁହରେ 

ସ୍ଵାଗତମ୍ କର

 ନୂତନ ଖୁସିବଳୟ ।


ନୂଆ ସକାଳରେ

ଭଇଁଲେଣି ଦେଖ

ନବୀନ ବିକର୍ତ୍ତନ ,


ବୁଣିଲେଣି ପରା 

ସସାଗରା ଧରା

ସୁନେଲି ବାଳାରୁଣ ।


ମହକି ଉଠୁ

 ଚହକି ଫୁଟୁ

ମନକଦମ୍ବ ବନ ,


ସ୍ନେହ କରୁଣାରେ

ସଖ୍ୟ ସାହାର୍ଯ୍ୟରେ

 ଭିଜିଯାଉ ମନମଗନ ।


ଆଚାର ବ୍ୟବହାର 

ତର୍ପଣ ସମର୍ପଣର

ହେଉ ଶାଶ୍ଵତମୋହନ ,


ଜୀବନରେ ବିଞ୍ଚିଦେଉ 

ମଗଜରେ ସିଞ୍ଚିଦେଉ

ସାତରଙ୍ଗୀ ସମ୍କୋହନ ।


ମୁଁହ ଆଇନାରେ 

 ଶତଦଳ ସୁବାସରେ 

ଭଇଁ ଉଠୁ ଶରତ ଜହ୍ନ ,


ଧନ୍ୟ ହେବ ଆମ 

ପୁଣ୍ୟ ହେବ ତୁମ

ସାର୍ଥକ ମଣିଷ ଜୀବନ ।


୨୦୨୩ ଅନେକ ଅନେକ 

ଅଭିନନ୍ଦନ

ଅଭିବନ୍ଦନ 

ଅଭିବାଦନ 

ଅଭିମନନ 

ଶୁଭଚିନ୍ତନ 

ସୁଖ ସମୃଦ୍ଧିରେ 

ଭୂମୀରୁ ଭୂମା

କରୁ ଅନବରତ ଅବଗାହନ ।


ଆରୋଗ୍ୟ କାମନା

କରୋନା ପରାସ୍ତ

 ସହିତ ଯୌବନ ଯାପନ, 


ପ୍ରଭୁ ଜଗନ୍ନାଥଙ୍କ ଠାରେ 

ଜଗତ କଲ୍ୟାଣ ହାରେ

ମୁଷ୍ଟିବଦ୍ଧ କରେ ନିବେଦନ ।


Rate this content
Log in

Similar oriya poem from Inspirational