STORYMIRROR

Krushna Chandra Lenka

Inspirational

3  

Krushna Chandra Lenka

Inspirational

ଦେଖ ହେ ମଣିଷ ଭାଇ!

ଦେଖ ହେ ମଣିଷ ଭାଇ!

1 min
438

ଦେଖ ଦେଖ ଆହେ ମଣିଷ ଭାଇ,

ମଣିଷ ଜନମ ପାଇଛ କାହିଁ?


ସ୍ୱାଧୀନତାର ଏ ସତୁରି ବର୍ଷେ,

ଏମନ୍ତ ଯେ ଛବି ନୟନେ ଦିଶେ!


ଅନାହାରେ କେହି ରହିବେ ନାହିଁ,

ସେ' ପାଇଁ ଯୋଜନା କେତେ ଯେ କାହିଁ!


ଦୁଃଖୀ, ଦୀନ ପାଇଁ ହୁଏ ଯୋଜନା,

ସେ ଲାଗି ସର୍କାର ଉଡାଏ ବାନା।


ଯୋଜନା ସୁଫଳ କେ ପାଏ ବସି,

କେ' ପାଉଛି ପୁଣି ଖୁସିରେ ହସି।


ଯା' ପାଇଁ ଯୋଜନା ହୁଏ ଏ ଦେଶେ,

ସେ ଆଜି ଧାଉଁଛି ପାଗଳ ବେଶେ।


ଆବର୍ଜନା ପାତ୍ରେ ଖୋଜି ଆହାର,

ମେଣ୍ଟାଏ ତା' କ୍ଷୁଧା ହୋଇ ଆତୁର।


କେତେ କେତେ କ୍ଳେଶ ସହି ସେ ନର,

ଚଉପାଶେ ଖୋଜେ ଆହାର ତାର।


ନିତି ଧାଏଁ ସେତ ଅଳିଆ ପାଶେ,

ଶ୍ୱାନ ସାଥେ ଲଢ଼େ କ୍ଷୁଧା ସକାଶେ।


ଅନାହାରର ଏ ନଗ୍ନ ନମୁନା,

କି' ସନ୍ଦେଶ ଦିଏ କୁହ ଭାଇନା?


ମଣିଷ ବୁଝେନି ମଣିଷ ଭାଷା,

ସେ' ପାଇଁ ଆସିଛି ଏମନ୍ତ ଦଶା।


ବର ଜୀବ ଚିନ୍ତି ଗଢ଼ିଛି ସାଇଁ,

ସେ କଥା ମନେ ତୁ ଭୁଲିଲୁ କାହିଁ?


ଆହାର ପାଇଁ କି ତୋ' ଜାତି ଭାଇ,

କେଡେ ସେ ଯାତନା ଯାଏ ଯେ ସହି!


କେବେ କେବେ ବୁନ୍ଦେ ପିଇ ସେ ଜଳ,

ଉପାସେ ରହି ତା' ବିତଇ କାଳ।


ତୁ ସିନା ଆନନ୍ଦେ ଖାଉ ତୋ' ଗୃହେ,

ଭାଳିଛୁ କି' ତିଳେ ସେ କିସ ଖାଏ?


ଯେ ଦେଶ ଯୋଗାଏ ଜଗତେ ଦାନା,

ସେ ଦେଶେ ଉଡେ ଅନାହାର ବାନା!


ଅନାହାର ନାଶ ହୋଇବ ଯେବେ,

ମୋ' ଦେଶ ବିକାଶ ହୋଇବ ତେବେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational