Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyochhna rani Devi

Inspirational

4  

Jyochhna rani Devi

Inspirational

କୋଟିଆ

କୋଟିଆ

1 min
206



ଓଡ଼ିଶା ମାଆର ଗୋଟିଏ ସେ ଅଙ୍ଗ

କୋଟିଆ ତାହାର ନାମ

ବଇରୀ ସାଜିଛି ପଡୋଶୀ ଆମର

 ଛଡାଇ ତା ଗୁଣଗ୍ରାମ ।



ଏକକୁ କାଟିଲେ ଆରେକକୁ କାଟେ

 ଏକଥା କିଏ ନ ଜାଣେ

ଚେଇଁ ଶୋଇଥିଲେ ବୁଝାଇବ କିଏ

କିଏ ଉଭା ହେବ ରଣେ ।



ଉଠ ଉଠ ଆରେ ଉତ୍କଳ ସନ୍ତାନ

ମଡା ନୁହଁ ,ନୁହଁ ଭୀରୁ

କିଏ ଛଡାଇବ ଭାଇକୁ ଆମର

ରକତ ତନ୍ତ୍ରୀରୁ ଝରୁ ।



ଐକ୍ୟବଦ୍ଧ ହୋଇ ବଜାଅରେ ଭେରୀ

କୋଟିଆ ଉଦ୍ଧାର ପାଇଁ

ମଧୁବାବୁ ପଣ ସମ୍ମିଳନୀ ମାନ

ଯୁଗଯୁଗ ଥାଉ ରହି ।



ରକତ ଟାଣିବ ରକତକୁ ପରା

ଚିହ୍ନିବ ପର ଆପଣା

ସମ ଭାବ ବହି ବନ୍ଧକୁ ବାନ୍ଧିଲେ

ଶତ୍ରୁ ହେବ ବାଟବଣା ।



ପର ଦରବକୁ ନିଜର ଯେ କରେ

ସିଏ ତ ପଶୁଠୁ ହୀନ

ନେଇନି କିଏ ଯେ ସୂଚୀଅଗ୍ରେ ଭୁମି

ଫେରଅଛି ଶମଶାନ ।




Rate this content
Log in

Similar oriya poem from Inspirational