STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଅମୃତ ସ୍ଵାକ୍ଷର

ଅମୃତ ସ୍ଵାକ୍ଷର

1 min
246

ହେ ଇଶ୍ଵରଙ୍କର ଶ୍ରେଷ୍ଠ ସୃଷ୍ଟି ସର୍ଜନା

ବାୟାଣୀ କେବେ ନାରାୟଣୀ କେବେ

ପାଟମହାରାଣୀ ପୁଣି ବୀରାଙ୍ଗନା ।୧


ମା' ର ମମତା କେବେ ସ୍ନେହ ଭଉଣୀର

ବୋହୁର ଶଣ୍ଠଣା ମଧ୍ୟେ

 ପତ୍ନୀର ଶୃଙ୍ଗାର ପ୍ରେମ ପାରାବାର ।୨


ଝିଅର ଆଭାସ ପୁଣି ସରାଗ ପରଶ

ପ୍ରେମିକାରୁ ଉତ୍ତରିଣ ଜାୟାର ବିଶ୍ୱାସ

ଛାୟା କାୟା ପୁଣି ମାୟାର ଆବେଶ ।୩


ବିଚିତ୍ରବର୍ଣ୍ଣ।ଳିର ଶୋଭା ଆଭା ଵର୍ଣ୍ଣ ବିଭା

ଭୃଣରୁ ଦେଖୁଛି ତୋ'ର ଅନନ୍ତ ଶକ୍ତି ସ୍ୱରୂପୁଣି 

ପ୍ରଭା ନଭଗର୍ଭା ପୁଣି ସୁଗୃହିଣୀର ଶୋଭା ।୪


ଅସୀମ ସସୀମ ତ୍ୟାଗ ବଳିଦାନ ନିସ୍ୱାର୍ଥ ଭାବରେ

ଅସରନ୍ତି ନିନ୍ଦା ଅପବାଦ ହଜମିବୁ 

ହସରେ ଲୁହରେ ପୁଣି ମିଛିମିଛିକା ଅଭିନୟରେ ।୫


ଛାଡ଼ରେ ଖୋଳପା ତ୍ୟାଗରେ ଟୋପି ସମାଜର

ଚିହ୍ନିଯା ମହିଳା କେତେ ସମାନ ସ୍ୱାଧୀନ ସ୍ଵତନ୍ତ୍ର 

ପୁଣି ସମସ୍କନ୍ଧ ପୁରୁଷର ।୬


କଥାରେ କାମରେ ନାମରେ ସାମରେ ଦଣ୍ଡରେ 

 ଅବଳା ଦୁର୍ବଳା ନିର୍ବଳା ନିର୍ମୁଳା କେବେ

 ପୁଣି ଅମେରୁଦଣ୍ଡୀ ଲଟାରେ ।୭


ସମାଜର ତିନିଗାର ଡେଇଁ ଆବୋରୀ ନେ ତୁ ସମଗ୍ର ଆକାଶ

ସସାଗରା ଧରା ତୋହରି ଆସରା

ନିଷ୍କପଟ ଶୁଭାଶିଷ ପୁଣି ଅମୃତ ଆଭାଷ ।୮


ତିନିଶହ ପଞ୍ଚଷଠି ଦିନ ହେଉ ମହିଳା ଦିବସ

ଗୋଟିଏ ଦିନରେ କମି ନ ଯାଉ ନାରୀର ଆୟୁସ 

ପୁଣି ଯୋଜନ ବିସ୍ତାରୀ ଅକ୍ଷୟ କିର୍ତ୍ତିରାସ ।୯


ହେ ପ୍ରଭୁ ନୀଳାଦ୍ରିଶ ହୃଷିକେଶ ଜଗଦିଶ୍ଵର କଳାଠାକୁର

ଶେଷ ନିଶ୍ଵାସ ବେଳେ ମୋତେ ମିଳୁ ସ୍ଵାକ୍ଷର 

ପୁଣି ଆମୋଦିନୀ ପ୍ରମୋଦିନୀ ଆଶିଷ-ଦାୟିନୀ

 ଆହ୍ଲାଦ-ପ୍ରଦାୟିନି ସାଥେ କମନୀୟା ବନ୍ଦନୀୟା

 ବିଭୁ-କଲ୍ୟାଣି ଭାସ୍ଵର ।୧୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational