STORYMIRROR

Antaryami Sahu

Inspirational

4  

Antaryami Sahu

Inspirational

ଦୟାର ସାଗର

ଦୟାର ସାଗର

1 min
267


ଦୟାର ସାଗର ହରି ଅପ୍ରାକୃତ ରୂପ ଧରି

କୃପାମୟ କୃପାସିନ୍ଧୁ ହେ ଦୟାମୟ,

ଦୟାବନ୍ତ ଦୟ।ମୟ ଦୟ।ନିଧି ପ୍ରେମମୟ

ଦୀନଜନେ ଦୟ।କର ହେବିଶ୍ଵମୟ ।

ଦୟାମୟ ପାରି କରହେ,

 ଦରିଆ ମଝିରେ ଭାସି ଯାଉଛି ଏବେ ।।୧।।


ଅବ୍ୟକ୍ତ ପୁରୁଷ ଅଟ    ଆହେ ପ୍ରଭୁ ନନ୍ଦ ଚାଟ

ଗୋଳକ ବିହାରୀ ପ୍ରଭୁ ଶୂନ୍ୟ ପୁରୁଷ,

ଅବ୍ୟକ୍ତ ଲୀଳା ତୁମ୍ଭରି ନୋହେ ଆଦ୍ୟ ଅନ୍ତ କରି

ବର୍ଣ୍ଣିବାକୁ ତୁମ୍ଭ ଲୀଳା କାହିଁ ମୋ ଭାଷ ।

ଅବର୍ଣ୍ଣନୀୟ ଅଟ ତୁମ୍ଭେ,

ହର୍ତ୍ତା, କର୍ତ୍ତା, ଭାଗ୍ୟ-ବିଧାତା ଅଟ ତୁମ୍ଭେ । । ୨ । ।


ଗଜେନ୍ଦ୍ରର ଡାକ ଶୁଣି  ଲକ୍ଷେ ଯୋଜନ ପ୍ରମାଣି

କୁମ୍ଭୀରକୁ ନାଶି ଗଜେ କଲ ଉଦ୍ଧାର,

ମୃଗୁଣୀ ଆରତ କାଳେ ଜଳ ବର୍ଷି ଦାବାନଳେ

ବ୍ୟାଧ ନାଶଗଲା ମୃଗୀ ହେଲା ଉଦ୍ଧାର।

ଭକ୍ତ ପାଇଁ କର୍ଣ୍ଣ ଡେରିଛ,

 ଭକ୍ତ ପାଇଁ ଖେଳାଲୀଳା ତୁମ୍ଭେ କରୁଛ । ।୩।।


ପାଞ୍ଚାଳୀକୁ କୁରୁ ସଭାରେ  ବିବସନା ଦୁସା କରେ

ଲକ୍ଷଲକ୍ଷ ରାଜାଗଣେ ସ୍ଵାମୀ ଥାଇଣ,

ଆର୍ତ୍ତେ ଡାକେ ବାଳାମଣୀ ଉଦ୍ଧାର କର ଏକ୍ଷଣି

ପିତାମହ ଭୀଷ୍ମ ଦ୍ରୋଣ ସ୍ଵାମୀ ଥାଇଣ।

ତା ଡାକ ନଶୁଭେ କା କର୍ଣ୍ଣେ,

  ତୁମ୍ଭଙ୍କୁ ଡାକନ୍ତେ ଉଦ୍ଧାରିଲ ତକ୍ଷଣେ । ।୪।।


ପଦାଘାତେ ରାବଣର  ବୀଭିଷଣ ଲଙ୍କାପୁର -

ତେଜ୍ୟା କରି ଆସି ପାଦେ ନେଲା ଶରଣ,

ଜାଣି ତାର ମନୋଭାବ ମିତ୍ରତାପଣେ ମାଧବ

ଶରଣାଗତକୁ ଦେଲ ପାଦେ ଶରଣ ।

ଶ୍ରୀପାଦରେ ଶରଣ ଦିଅ ,

ଭକ୍ତ ବତ୍ସଳ ଗୋବିନ୍ଦ ହେ ନନ୍ଦପୁଅ । ।୫।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational