STORYMIRROR

Saiprava Sutar

Inspirational

4  

Saiprava Sutar

Inspirational

ଇଶ୍ୱରଙ୍କ ଠିକଣା

ଇଶ୍ୱରଙ୍କ ଠିକଣା

1 min
240


ମାେ ଅସରନ୍ତି ପ୍ରଶ୍ନର ଉତ୍ତର

କାଳେ ଈଶ୍ୱର ଦେବେ,

ସେଥିପାଇଁ !!

ଗୁଆ ପଇସା ଦେଇ ମନେ ମନେ ଭଜିଲି

ଚତୁର୍ଦ୍ଦିଗ ରେ ଈଶ୍ୱରଙ୍କୁ ଖୋଜିଲି।

ନଦୀ, ନାଳ , ପାହାଡ଼, ପର୍ବତ 

ସବୁ ଜାଗାରେ ବୁଲିଆସିଲି।

ଈଶ୍ୱରଙ୍କ ସନ୍ଧାନରେ।।


ଆଜି ସେ ମାନସିକର ନାଲିସୂତା

କେରା କେରା ହୋଇ ଉଡିଗଲାଣି,

ଶାନ୍ତିକାନନରେ।।

ଗୁଆ ପଇସା ବି ଚାରିଫାଳ ହୋଇ ପଡ଼ିରହିଛି

ଗୋବର ଲିପା ଚଟାଣରେ।।

ପିତ୍ତଳ କଳସ କେଉଁ କାଳରୁ 

ଜଳ ଶୂନ୍ୟ ହୋଇଗଲାଣି।


ହେଲେ!! ଈଶ୍ୱରଙ୍କ ସହ ଏଯାଏଁ ଭେଟ ହେଇନି

ମାେ ପ୍ରଶ୍ନମାଳାର ଉତ୍ତର ମିଳିନି।।

ସତରେ କଣ ଈଶ୍ୱର ତ୍ରିକାଳଦର୍ଶୀ???

ସର୍ବଶକ୍ତିମାନ??

କଣ ଈଶ୍ୱର ପଢିପାରନ୍ତି ,,

ସୁପ୍ତ ଦୁଃଖର ଅଭିଧାନକୁ।।

ଉଙ୍କିମାରୁଥିବା ସବୁ ପ୍ରଶ୍ନର ଉତ୍ତର

କଣ ଈଶ୍ୱରଙ୍କୁ ଜଣା??


ତାହେଲେ!! କାହିଁକି ଆଜି ଈଶ୍ୱର ଚୁପ୍??

କାଠଗଡାର ଦୋଷୀ ପରି।

ନିର୍ଜୀବ ଅଙ୍ଗ ପରି ସିଏ କାହିଁକି ଅଚଳ।।


ଦିନ ଯାଇ କେତେ ରାତି ହେଲାଣି,

ବର୍ଷ ପରେ ବର୍ଷ ଅତିକ୍ରମ କରିଗଲାଣି।

ହେଲେ, ଏଯାଏଁ ଆସିପାରିଲେନି ଈଶ୍ୱର,,

ମିଳିପାରିଲାନି ଈଶ୍ୱରଙ୍କ ସଠିକ୍ ଠିକଣା ।।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational