Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alekha Pasad Moharana

Inspirational

3  

Alekha Pasad Moharana

Inspirational

ତଥାପି ମାନବ ହାରିବନି

ତଥାପି ମାନବ ହାରିବନି

1 min
212


ଫାଙ୍କା ଫାଙ୍କା ଲାଗେ

ରାଜପଥ ଆଜି 

ଶୁନଶାନ ଲାଗେ ସହର

ଅସରା ଆତଙ୍କ

କରେ ଭୀତତ୍ରସ୍ତ

ମନ ପ୍ରାଣ ବିଷ ଜହର ।


କରୋନା ଭୂତାଣୁ

ଗ୍ରାସିଅଛି ଯେଣୁ

ଅସହାୟେ କଂପଇ ଧରା

ମୃତ୍ୟୁର ତାଣ୍ଡବ

ମାନବ ନିଷ୍ପ୍ରଭ

ଜୀବନ ଖୋଜୁଛି ସାହାରା ।


ଅନ୍ୟକୁ ବଂଚାଇଁ

ନିଜେ ବଞ୍ଚିବାର

ସପନ ଆଜି ନିରୁଦ୍ଦିଷ୍ଟ

ମହାମାରୀ କୋପ

ପ୍ରବଳ ପ୍ରତାପ

ରକ୍ତବିର୍ଯ୍ୟା ଖୋଜଇ ରକ୍ତ ।


ଘାଇଲା ଭୂତାଣୁ

ଘାଇଲା କରୁଛି

ଜୟଯାତ୍ରା ରଖିଛି ଜାରି

ସବୁ ମତ ପଥ

ଚେଷ୍ଟା ହୁଏ ବ୍ୟର୍ଥ

ବୈରତା କରେ ମହାମାରୀ ।


ତଥାପି ମାନବ

ଜାତି ହାରିବନି

ସଂଗ୍ରାମକୁ ରଖିବ ଜାରି

ସଦାଚାର ପଥ

ଆଚରି ଜୀବନେ

ଲୁପ୍ତ କରିବ ମହାମାରୀ ।



Rate this content
Log in

Similar oriya poem from Inspirational