STORYMIRROR

Kunjabihari Rout

Inspirational

3  

Kunjabihari Rout

Inspirational

ପରିବେଶ

ପରିବେଶ

1 min
216


ପରିବେଶ ସୁରକ୍ଷାର ବାର୍ତ୍ତଟିଏ ଦେଇ

ଆତ୍ମତୃପ୍ତିରେ ହସୁଥାଉ ଆମେ

କର୍ତ୍ତବ୍ୟ ଆମ ସରିଗଲା

ସତରେ କଣ ପରିବେଶ ସୁରକ୍ଷା ହୋଇଗଲା ?

ପରିବେଶକୁ ସୁରକ୍ଷା ଦିଅ,ସୁରକ୍ଷା କର

ଏ ତ ଭଲ କଥା,ତେବେ

ଗୋଟିଏ ଦିନରେ ଏହା କାହିଁକି ସୀମିତ

ସବୁଦିନେ ଏ ଆହ୍ବାନ ରହିବା କଥା

ଫେସବୁକ ହ୍ବାଟ୍ସଅପ ଗୃପରେ

ପରିବେଶ ସୁରକ୍ଷା ବାର୍ତ୍ତା ପଠାଉଥିବା ବନ୍ଧୁ

କେତେ ସୁରକ୍ଷିତ ତାଙ୍କ ପରିବେଶ

ଫଟୋଟିଏ ଦେଲେ ଜଣାପଡନ୍ତା

ଫଟୋରେ ନକରି କାମରେ ଦେଖାଇଲେ

ତାହା ହୁଅନ୍ତୁା ଗ୍ରହଣୀୟ

ନଚେତ ମୁଁ ଯାହା କହୁଛି ,ତୁମେ କରିଯାଅ

ମୁଁ କାହିଁକି କରିବି ?

ଏହା ନୁହେଁ ମୋପାଇଁ ପ୍ରଜୁର୍ଯ୍ୟ

କେବଳ ତୁମ ପାଇଁ ଏ ପରିବେଶ ବାର୍ତ୍ତା

ଏପରି କଲେକି ପରିବେଶ ସୁସ୍ଥ ରହିବ

ନିଜେ ଉଦାହରଣ ହେଲେ ସିନା ଜଗତ ଜାଣିବ।

ଆରେ ଭାଇ, ପରିବେଶ ସାଙ୍ଗକୁ

ମନ ଅଳିଆ କୁ ବି ସଫା କରିଦିଅ

ଦେଖିବ, ଦୁନିଆ ହସିବ

ସବୁଜ ସୁନ୍ଦର ବସୁଧା ସଙ୍ଗେ

ମନବି ହସିବ

ଆଉ ସେ ହସ

ସମସ୍ତଙ୍କ ହୃଦୟକୁ ଛୁଇଁଯିବ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational