STORYMIRROR

Kunjabihari Rout

Inspirational

4  

Kunjabihari Rout

Inspirational

ହେ ଗାନ୍ଧି

ହେ ଗାନ୍ଧି

1 min
247

ହେ ଗାନ୍ଧି,

ଚିରନମସ୍ୟ ଆମ ହୃଦୟରେ

ଖାଲି ଆମେ କାହିଁକି ବିଶ୍ବ ହୃଦୟରେ

ସମଗ୍ର ମାନବ ଜାତିରେ.......

ତୁମ ଜୀବନଦର୍ଶନ ଥିଲା

ବୈପ୍ଲବିକ ପରିବର୍ତ୍ତନର ଆନୟନ

ଅହିଂସାର ଏକନିଷ୍ଠ ପୂଜାରୀ

"ଗ୍ରାମ୍ୟ ସ୍ବରାଜ୍ୟ" ଥିଲା ତୁମ ଇପ୍ସିତ ସ୍ବପ୍ନ

ଖଦି ଆନ୍ଦୋଳନ ସହ ସ୍ବାବଲମ୍ବୀ ଏବଂ ଆତ୍ମନିର୍ଭଳଶୀଳ

ତା'ସହ ସ୍ବଦେଶୀ ଚିନ୍ତାଧାରାରେ

ଉଦବୁଦ୍ଧ କରାଇଲ ସାରା ଭାରତ

ସ୍ବାଭିମାନୀ ଯୁବକ ଗାଁକୁ ଚାଲ ଅଭିଯାନରେ

ଥିଲା ମାଟିକୁ ଭଲ ପାଇବାର ବାର୍ତ୍ତା

କୁଟି ଖାଅ,କାଟି ପିନ୍ଧରେ ଥିଲା

ନିଜ ସହ ନିଜ ମାତୃଭୂମିକୁ ଭଲପାଇବାର ବାସ୍ନା

ଯାହା ପ୍ରସାରି ଥିଲା ସମସ୍ତ ହୃଦୟରେ

ଭାରତ ମାଟିରେ ସାରା ବିଶ୍ବରେ

ହେ ଆଦର୍ଶ,

ତୁମେ ଫେରିଆସ ଏବେ ଆମ ଗହଣରେ

ଅହିଂସାର ଦୀପ ଲିଭିବା ପୂର୍ବରୁ 

ପୁଣିଥରେ ତେଜିଦିଅ,

ସ୍ବାଭିମାନ ସହ ବଞ୍ଚିବାର ରାସ୍ତାରେ

ଦୀପଟିଏ ହୋଇ ଆଲୋକ ପ୍ରଦାନ କର

ହିଂସା,ଦ୍ବେଷ,ପରଶ୍ରୀକାତରତା ଭୁଲି

ଭାଇଚାରା,ସହାବସ୍ଥାନ ବାର୍ତ୍ତା

ସଞ୍ଚରି ଯାଉ ସବୁରି ମନରେ........ସବୁ ହୃଦୟରେ।।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational