STORYMIRROR

Kunjabihari Rout

Inspirational

3  

Kunjabihari Rout

Inspirational

ହେ ବ୍ୟାସକବି ଫକୀର ମୋହନ

ହେ ବ୍ୟାସକବି ଫକୀର ମୋହନ

1 min
180

ହେ ବ୍ୟାସକବି ଫକୀରମୋହନ

ବାଲେଶ୍ବର ମଲ୍ଲିକାଶପୁର ଆଜି ଗର୍ବିତ

ଜନମିଛି ତା କୋଳେ ଯେ ସୁଯୋଗ୍ୟ ସନ୍ତାନ...

ଜାତିପ୍ରେମ ଓ ଭାଷାପ୍ରେମରେ ହୋଇ ଉଦବୁଦ୍ଧ

ରଚିଛ ଇତିହାସ ଦେଖାଇଛ ନୂଆ ପଥ

କାଳଜୟୀ ସୃଷ୍ଟି ତୁମ ଏବେ ବି ବନ୍ଦିତ......

ବ୍ରଜମୋହନରୁ ତୁମେ ସରସ୍ବତୀ ଫକୀରମୋହନ

ପ୍ରଥମେ ଲୀଳାବତୀ ପରେ କୃଷ୍ଣାକୁମାରୀଙ୍କ

ହାତରୁ କରିଛ ତୁମେ ପାଣିଗ୍ରହଣ.......

ପ୍ରାୟଶ୍ଚିତ,ଲଛମା,ଛମାଣ ଆଠଗୁଣ୍ଠ ସହ ମାମୁଁ

ରେବତୀ,ପେଟେଣ୍ଟ ମେଡିସିନ୍,ରାଣ୍ଡିପୁଅ ଅନନ୍ତା

ଡାକମୁନିସି,ଧୁଳିଆବାବା,ବଗୁଲାବଗୁଲି ଓ ମୌନାମୌନି

ସବୁଥିରେ ଅଛି ତୁମ ବାର୍ତା ସମାଜ ସଂସ୍କାର

ଉପହାର,ପୁଷ୍ପମାଳା,ଅବସର ବାସରେ ସହ ଧୁଳି

ସବୁଥିରେ ରହିଛି ତୁମ ଅଲିଭା ସ୍ବାକ୍ଷର.....

ସକ୍ରାନ୍ତିରେ ଆସି ସକ୍ରାନ୍ତି ରେ ଚାଲିଗଲ

           ହେ ସକ୍ରାନ୍ତି ପୁରୁଷ

ତୁମେ ଥିଲ ବୋଲି ବଂଚିଗଲା ଭାଷା

ଯାହାକୁ ନେଇ ଆଜି ଆମେତ ଗର୍ବିତ......

ହେ ଭାଷାସାହିତ୍ୟର ରକ୍ଷାକର୍ତା

ଦୁଃଖ ଶୋକ ଯନ୍ତ୍ରଣାରେ ଯାହା କରିଛ ରଚିତ

ହୃଦୟସ୍ପର୍ଶୀ ଲେଖାସବୁ,ଆଜି ହୃଦୟେ ସ୍ଥାନିତ...

ଶିକ୍ଷା ଶିକ୍ଷକତା ସଂଗେ ପ୍ରେସ ଗଠନ

ସବୁଥିରେ ରହିଛି ତୁମ ଅଲିଭା ପଦଚିହ୍ନ

ତେଣୁ ଫେରିଆସ ଆମଭିତରକୁ ଆଉଥରେ

            କରି ଧରାବତରଣ....

          ହେ ବ୍ୟାସକବି ଫକୀରମୋହନ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational