STORYMIRROR

Kunjabihari Rout

Classics Inspirational

3  

Kunjabihari Rout

Classics Inspirational

ମୁକ୍ତିର ମଶାଲ

ମୁକ୍ତିର ମଶାଲ

1 min
204


ତୃଷାର୍ତ୍ତର କେବେ ତୃଷ୍ଣା ମେଣ୍ଟେ ?

କ୍ଷୁଧାର୍ତ୍ତର କେବେ କ୍ଷୁଧା ମେଣ୍ଟେ ?

ଏ କଥା ଜାଣିବା ପାଇଁ

ପୁଞ୍ଜିପତି , ସାମ୍ରାଜ୍ୟବାଦୀଙ୍କ ପାଖରେ

ସମୟ ନଥାଏ , ଆଉ ସମୟ ନଥାଏ

ଲୋକ ପ୍ରତିନିଧିଙ୍କ ପାଖରେ,

ସର୍ବହରାର ହୃଦୟର କଥାକୁ

କେବଳ ସର୍ବହରା ହିଁ ବୁଝେ

ଅବ୍ୟକ୍ତ ବେଦନା ତାର, ସାମ୍ୟବାଦର ଗୀତ ଗାଏ

ସେ ଗୀତର ବେସୁରା ରାଗିଣୀରେ

ଶୁଖିଲା ପେଟ ଓ ଶୁଖିଲା ମୁହଁର ଛବି

ଝାପସା ଦିଶୁଥାଏ...........................

    ସ୍ବାଧିନତାର ୭୦ ବର୍ଷ ପରେବି

    ବଞ୍ଚିବାର ରାହା ପାଇଁ

    ଯେଉଁଠି ଚାଲିଛି ଅହରହ ସଂଗ୍ରାମ

    ସବୁକିଛି ସୁବିଧାକୁ ହାତେଇଛି

    ନ୍ୟସ୍ତସ୍ବାର୍ଥ ଗୋଷ୍ଠୀର ମଣିଷ

    କେବଳ ଭାଷଣ ଓ ପ୍ରତିଶୃତିରେ

    ସ୍ବପ୍ନ ଦେଖାଉଛି ଶାସକ ଗୋଷ୍ଠୀ

    ଆଉ ନିଷ୍ପେସିତ ଓ ଅସହାୟ ହୋଇ

    ଲଢେଇ କରୁଛି, ସର୍ବହରା

    ଚିତ୍କାର କରୁଛି ବୁକୁ ଫଟାଇ

    ପାଇବାକୁ ନିଜ ଅଧିକାର

    ସ୍ବାଭିମାନ ସହ ବଞ୍ଚିବା ପାଇଁ........................

ହେ ମେହେନତି ମଣିଷ,

ଏବେ ଜାଗିଉଠ,

ତୀକ୍ଷଣ କର ନିଜର ଶାଣିତ ସ୍ବରକୁ

ଡେରି ହେଲେବି ବେଶିଦୂର ନୁହେଁ,

ଜିତିବାକୁ ହେଲେ ସଂଗଠିତ ହୁଅ

ଗାଇଚାଲ ମୁକ୍ତିର ଗୀତ

ଶାନ୍ତିର ମଶାଲ ଧରି ଆଗେଇ ଚାଲ

ଭାଙ୍ଗିଦିଅ ପୁଞ୍ଜପତି ଓ ସାମ୍ରାଜ୍ୟବାଦୀର

ଅଭେଦ୍ୟ ଦୁର୍ଗ , ଯାହା ଅସମ୍ଭବ ନୁହେଁ

କେବଳ ସଂକଳ୍ପ କର, ଜିତିବାକୁ ହେବ

ଏ ଲଢେଇ ,ନିଜର ଅଧିକାର ପାଇଁ

ନିଜ ପାଇଁ ନହେଲେବି,

ଭବିଷ୍ୟତ ବଂଶଧର ପାଇଁ..............................

    ବଞ୍ଚିବାକୁ ହେଲେ ସ୍ବପ୍ନ ଦେଖ

    ସ୍ବପ୍ନକୁ ସାକାର କରିବା ପାଇଁ

    କେବଳ ଯୋଜନା ନୁହେଁ

    ପୂର୍ଣ୍ଣକରିବା ପାଇଁ, ପ୍ରତିବଦ୍ଧତାର ସଂକଳ୍ପକୁ

    ଜାଗ୍ରତ କରିବାକୁ ହେବ

    ଦୁନିଆକୁ ଦେଖାଇ ଦେବାକୁ ହେବ

    ସର୍ବହରାର ସ୍ବର କେବେବି ଦୁର୍ବଳ ନୁହେଁ

    ବରଂ ସ୍ବର ଆହୁରି ଦୃଢ ହେବ,

    ପୁଞ୍ଜିବାଦୀଙ୍କ ବିରୁଦ୍ଧରେ ଲଢେଇ କରିବାକୁ

    ଶକ୍ତି ଦେବ, ସେମାନଙ୍କ ଶକ୍ତିକୁ କରିବ ଦୁର୍ବଳ

    ଆଜି ନହେଲେବି କାଲି,

    ଜଳିବ ମୁକ୍ତିର ମଶାଲ.......................


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics