ହେ ସତ୍ୟବାଦୀ ର ସନ୍ଥ
ହେ ସତ୍ୟବାଦୀ ର ସନ୍ଥ
ହେ ମାନବୀୟ ମୂଲ୍ୟବୋଧର ପରମ ଉପାସକ
ଉତ୍କଳମଣି
ଏକାଧାରରେ ତୁମେ ମାନବବାଦୀ ମଣିଷ,
କବି, ଅନୁବାଦକ, ଗଣଭାଷାର ପ୍ରବର୍ତ୍ତକ
ଜାତୀୟତାବାଦୀ ସମାଜ ସଂସ୍କାରକ
ଦୈନିକ "ସମାଜ"ର ପ୍ରତିଷ୍ଠାତା
ଦେଶାତ୍ମବୋଧ ଓ ନୈତିକ ମୂଲ୍ୟବୋଧର
ପ୍ରତିଷ୍ଠା ଲାଗି ସଦା ଚେଷ୍ଟିତ
ଆହେ ସତ୍ୟବାଦୀର ସନ୍ଥ.......।
ନିଜ କର୍ମେ , ଆଚରଣେ ଓ ଉଚ୍ଚାରଣେ,
ଦୀନଜନଙ୍କ ଯଥାର୍ଥ ବଂଧୁ
ନିଜକୁ କରିଛ ପ୍ରତିପାଦିତ
ରାଷ୍ଟ୍ରଚେତନା ସହ ମାନବୀୟ ଚିନ୍ତାଚେତନା
ତୁମେ ସେବା ଓ ସମର୍ପଣର ଅଲିଭା ସ୍ବାକ୍ଷର
ବିଚାରଧାରା ଥିଲା ଆଧୁନିକ ଭାବଭାବନାର ରୂପାନ୍ତର
ମାନବବାଦର ପ୍ରସାର
ଥିଲା ଭାବାଦର୍ଶ
ମୋ ରାଜ୍ୟର ମଉଡମଣି ହେ ଉତ୍କଳମଣି
ତୁମେ ଥିଲ ଗାନ୍ଧିବାଦର ଶ୍ରେଷ୍ଠ ପ୍ରତୀକ,
ବିଚାରବନ୍ତ ସଂପାଦକ, ସାହିତ୍ୟ ସ୍ରଷ୍ଟା
ଜିଜ୍ଞାସାର କବି, ଆଧ୍ୟାତ୍ମବାଦୀ ଜନନାୟକ
ମାନବବାଦୀ ଚିନ୍ତାନ
ାୟକ
ମାନବବାଦର ଅନନ୍ୟ ବାର୍ତ୍ତାବହ
ତୁମ ସର୍ଜନାରେ ସୃଷ୍ଟି
ବନ୍ଦୀର ଆତ୍ମକଥା, ଧର୍ମପଦ, ଓଡିଆର ଜାତୀୟତା,
ଗୋ ମାହାତ୍ମ୍ୟ, ଅବକାଶ ଚିନ୍ତା, ନାଚିକେତା ଉପାଖ୍ୟାନ,
ସହ କାରାକବିତା,
ସବୁଥିରେ ତୁମ ଜୀବନସୂତ୍ର କର୍ମତତ୍ପରତା
ଉତ୍ସର୍ଗୀକୃତ ଚେତନାର ସମ୍ମୁଜଳ ବଳିଷ୍ଠ ଅଭିବ୍ୟକ୍ତି
ପୁଣି ଅଶିକ୍ଷା, କୁସଂସ୍କାର, ଅନ୍ଧବିଶ୍ବାସ
ନିଶାରାକ୍ଷସ ବିରୁଦ୍ଧରେ ଦୂର୍ବାର ସଂଗ୍ରାମ
ତୁମକୁ ପରିଚୟ ଦେଇଥିଲା ସ୍ବତନ୍ତ୍ର,
ଆମ ସମାଜରେ, ଆମ ଉତ୍କଳରେ.....
ହେ ସମର୍ପିତ ପ୍ରତିଷ୍ଠାତା,
ସତ୍ୟବାଦୀର ଶିକ୍ଷା ବ୍ୟବସ୍ଥାରେ
ନୈତିକ ମୂଲ୍ୟବୋଧର କରି ପ୍ରତିଷ୍ଠା
ଜାତୀୟ ଚେତନାକୁ କରିଥିଲ ଉଦବୁଦ୍ଧ
ଆବାସିକ ଓ ମୁକ୍ତାକାଶ ବିଦ୍ୟାଳୟ ଚିନ୍ତନର
ଦୂରଦୃଷ୍ଟି ସଂପନ୍ନ ଶିକ୍ଷାବିତ୍,
ତୁମେ କଣ ଆଉଥରେ ଆସନ୍ତନି
ଆମ ଭିତରକୁ.... ଆମ ଭିତରେ ଥିବା
ପରଶ୍ରୀକାତରତା, ସ୍ବାର୍ଥପରତାକୁ ଦୂର କରିବାକୁ..।