STORYMIRROR

Kunjabihari Rout

Inspirational

4  

Kunjabihari Rout

Inspirational

ହେ ମଧୁସୂଦନ

ହେ ମଧୁସୂଦନ

1 min
196

ହେ ଉତ୍କଳ ଗୌରବ ମଧୁସୁଦନ

ଗୋବିନ୍ଦବଲ୍ଲଭ ତୁମ ପିତୃପଦତ୍ତ ନାମ.......

ଚୌଧୁରୀ ରଘୁନାଥ ଦାସ ଓ ପାର୍ବତୀଦେବୀଙ୍କ କୁମର

ତୁମ ପାଇଁ ଗର୍ବିତ ଆଜି କଟକ ସତ୍ୟଭାମାପୁର......

ସୌଦାମିନୀ ପ୍ରେମିକାରୁ ପାଲଟିଲେ ତୁମର ଘରଣୀ

ତାଙ୍କରି ପ୍ରେରଣାରେ ତୁମେ ଆଜି ମାନୀ ଓ ଗୁଣି.....

ଏକାଧରେ ତୁମେଥିଲ ସମାଜସେବକ, ସାମ୍ବାଦିକ

                  ଓ ରାଜନିତିଜ୍ଞ

ସଭାପତି,ଅଧ୍ୟାପକ,ପ୍ରଧ୍ୟାପକ,ପ୍ରତିଷ୍ଠାତା ତଥା ଆଇନଜ୍ଞ..

ପୁଣି କେତେବେଳେ ବ୍ୟବସ୍ଥାପକ,ସହଚର,କବି,ବାଗ୍ମୀ

                   ଓ ସଂଗଠକ

ହେ ଉତ୍କଳଗୌରବ! ତୁମେ ଥିଲ ଓକିଲ,ଅନୁବାଦକ ଓ

                        ଲେଖକ.....

ନିଜ ଗୁଣରେ ତୁମେ ହୋଇଥିଲ ରେଭେନ୍ସାର

                   ଆଇନ ଅଧ୍ୟାପକ

ପୁଣି ପରାକାଷ୍ଠା ଦେଖାଇ ପାଟଣା ଉଚ୍ଚବିଦ୍ୟାଳୟର

                       ଅଧିବକ୍ତା

ଉତ୍କଳର ଅଭିବୃଦ୍ଧି ପାଇଁ ଅନ୍ତର କାନ୍ଦୁଥିଲା ତୁମ

ସଦାସର୍ବଦା ତୁମେ ଦେଖୁଥିଲ ସ୍ବପ୍ନ ଓଡିଆଙ୍କ ପାଇଁ

                   ଓଡିଶାକୁ ନେଇ

ତୁମ ହାତେ ଗଢା ଉତ୍କଳ ଟ୍ୟାନେରୀ ଜୋତା କାରଖାନା

ପୁଣି ଓଡିଶା ଆର୍ଟ ଓୟାର,ଯାହା ଦିନେ ଉଡାଇଥିଲା

                       ବାନା........

ଯୌତୁକ ବିରୋଧି,ମାନସିକ ଓ ବୌଦ୍ଧିକର ଶିକ୍ଷାସହ

              ନାରୀ ଜାତିକୁ ସମ୍ମାନ

ଶୀର୍ଷରେ ପହଞ୍ଚାଇଲ ଉତ୍କଳର ସାମାଜିକ, ଆର୍ଥିକ ଓ

             ବୈଷୟିକ ଗୁଣ...........

ହେ ମଧୁସୁଦନ,

ତୁମେ ଥିଲ ଓଡିଶାର ପ୍ରଥମ ଉଚ୍ଚପଦାଧିକାରୀ

ପ୍ରଥମ ଗ୍ରାଜୁଏଟ୍,ପ୍ରଥମ ଏମ୍ଏ, ପ୍ରଥମ ବିଲାତଯାତ୍ରୀ

ପ୍ରଥମ ଓଡିଆ ଓକିଲ ପୁଣି ପ୍ରଥମ ଓଡିଆ ମନ୍ତ୍ରୀ.....

ତୁମ ସାତଟି କବିତା ଥିଲା ଓଡିଆ ସାହିତ୍ୟର ମଇଲଖୁଣ୍ଟ

ଯାହା ଆଜିବି ଚିକମିକ କରୁଛି,ଜଳୁଛି ଦକଦକ......

ହେ ମଧୁବାରିଷ୍ଟର,

ଅବୈତନିକ ମନ୍ତ୍ରୀ ପଦ ପାଇଁ ତୁମେ ଦେଇଥିଲ ଆହ୍ବାନ

ସେ ଆହ୍ବାନକୁ ଗ୍ରହଣ କରି ତୁମେ ହୋଇଛ ମହାନ.....

ଓଡିଆ ଭାଷାକୁ ସାର୍ବଜନୀନ କରିବାପାଇଁ ଆରମ୍ଭିଲ

         ଓଡିଆ ପତ୍ରିକା ପ୍ରକାଶନ

"ଅଶାନ୍ତମୟ ଭାରତ"ରେ ଲେଖି ଜଣାଇଲ ଓଡିଆର

      

ଅଭାବ,ଅଭିଯୋଗ ଓ ଅନାଟନ........

୧୯୦୩ରେ ଗଢିଲ ଉତ୍କଳ ସମ୍ମିଳନୀ

ସେ ବହ୍ନିରେ ଝାସଦେଲେ ଅନେକ ଭାଇ ଓ ଭଉଣୀ.....

ନିରକ୍ଷର ମଜୁରିଆଙ୍କ ପାଇଁ ତିଆରିଲ ନୈଶ୍ୟବିଦ୍ୟାଳୟ

ସେ ବିଦ୍ୟାଳୟ ଯୋଗୁଁ ନିରକ୍ଷରଙ୍କ ବଦଳିଲା ସମୟ.....

ତୁମର ଚେଷ୍ଟାରେ ସ୍ବତନ୍ତ୍ର ପ୍ରଦେଶ ହୋଇଲା ଉତ୍କଳ

ହେ ମହାନଦାୟାଦ, ତୁମ ଦାନ ଆମ ପାଇଁ ସ୍ବତନ୍ତ୍ର ଓ

                     ବିରଳ........

ମଧୁସୁଦନ ନାମକୁ ତୁମେ କରିଛ କର୍ମରେ ସାର୍ଥକ

ଓଡିଆ ପ୍ରାଣ କାନ୍ଦୁଛି ଆଜି ହେ ଉତ୍କଳଗୌରବ.......

ହେ ପୂଣ୍ୟଶ୍ଳୋକ ଗଙ୍ଗୋତ୍ରୀର ଧାର,

ଝରୁଥାଉ ଅବିରତ ଏ ଜାତି ପାଇଁ

ନବ ନବ କର୍ମ ପ୍ରେରଣାର

       ସୁବାସିତ ମନ୍ଦାକିନୀ ଝର........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational