STORYMIRROR

Kunjabihari Rout

Classics

3  

Kunjabihari Rout

Classics

ଅଭିନୟ ପରେ

ଅଭିନୟ ପରେ

1 min
176


ଆକାଶ ଫର୍ଚ୍ଚା ଦିଶିଲାଣି

ଅଭିନୟତ ସରିଆସିଲାଣି

ମୁହଁରୁ ଖୋଲିଦେବା ମୁଖା

ଧୋଇଦେବା ମୁହଁରେ ବୋଳାହୋଇଥିବା ରଙ୍ଗ

ଏବେ ବାଟ ଭାଙ୍ଗି ଚାଲିଯିବା

ନିଜ ନିଜ ଗନ୍ତବ୍ୟ ପଥରେ......

ସଖୀ,ତୁମେ ଭୁଲିଯିବ ଅତୀତର ଅଭିନୟ

ମୁଁ ମଧ୍ୟ ଭୁଲିଯିବି

ନାଟକରେ କରିଥିବା ଅଭୁଲା ଅଭିନୟ

ତୁମେ ନା, ମନେପକେଇବ ଅତୀତ

ନା ମୁଁ, କେବଳ ସ୍ମୃତିକୁ କୋଳେଇନେବା

ଲୁହ ଢାଳିବାନି

ବରଂ ପରଷ୍ପରକୁ ପ୍ରବୋଧନା ଦେବା......

କେତେ ଭଲଥିଲା ସେ

ନିଛ୍ଛକ ଅଭିନୟ ,

ହେଉ ପଛେ ରାତିଟିଏ ପାଇଁ

ସ୍ବପ୍ନସବୁ ମିଶିଥିଲା ଯୁଗଯୁଗର

କ୍ଷଣସ୍ଥାୟୀ ହେଲେ ମଧ୍ୟ

ଗଢିଥିଲ ସଂପର୍କ ମଧୁର........

ଏବେ ଫେରିବାକୁ ହେବ

ବାସ୍ତବତା ଭିତରକୁ

ହୁଏତ ହୋଇପାରେ 

ଏହା ଆମର ଶେଷଦେଖା

ତେବେ ଅଭିନୟ ଥିଲା ଜୀବନ୍ତ

ଥିଲା ଜୀବନର ଅଲିଭା ସ୍ବାକ୍ଷର

ଏବେତ ଅଭିନୟ ସରିଗଲା

ସରିଗଲା ଦୁଃଖ ସୁଖର କାହାଣୀ

ପୂର୍ବାକାଶ ପରା ଏବେ ଫର୍ଚ୍ଚା ଦିଶିଲାଣି!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics