STORYMIRROR

DR.JAYANTIBALA JENA

Inspirational

3  

DR.JAYANTIBALA JENA

Inspirational

ଆମର କେଉଁଠି କିଛି ଭୁଲ ହେଉଛି କି ?

ଆମର କେଉଁଠି କିଛି ଭୁଲ ହେଉଛି କି ?

1 min
186


ସୁପ୍ତ ମାନସର ସୁଦୀପ୍ତ ଭାବନା

ସମର୍ପିତ କର୍ମମୟ ଜୀବନର

ଚିନ୍ତା ଚେତନାର ଅନ୍ତଃସ୍ୱର

ପରିଭାଷା ଏକ ଦିବ୍ୟ ଆନ୍ତସ୍କରଣର

ସଚେତନତାର ସ୍ବର୍ଣ୍ଣ ସୂତ୍ର

ଭିନ୍ନ ଏକ ସଂଗ୍ରାମୀ ଆହ୍ୱାନ ପରିବର୍ତ୍ତନବାଦର

"କେଉଁଠି କିଛି ଭୁଲ ହେଉଛି କି?"


"କେଉଁଠି କିଛି ଭୁଲ ହେଉଛି କି?"

ଭାବନାସିକ୍ତ ହୃଦୟ କି କରିପାରେ ଭୁଲ !!

କର୍ମ କରି ଚାଲ ନୋହି ଫଳାସକ୍ତ 

ଅକର୍ମରୁ କର ମନକୁ ନିବୃତ୍ତ

ଅସ୍ତ୍ର କରି ଗୀତା ବାଣୀ

ଜୀବନ ଯୁଦ୍ଧରେ ହେଲେ ଅଗ୍ରସର

ଦୁର୍ଲ୍ଲଭ ମନୁଷ୍ୟ ଶରୀର

ହୁଅନ୍ତା କି ଏତେ ନାରଖାର !!


ମାନବ ଜନମ ହୋଇ ଦାନଵ ସାଜିଲେ

ପ୍ରାଣବାୟୁ ଗଛଲତା କାଟିକୁଟି ପଦା କଲେ

ସବୁଜ ଶ୍ୟାମଳା ଧରିତ୍ରୀ ହେଲା

ବିବର୍ଣ୍ଣା ଵିଵସ୍ତ୍ରା ଥର ମରୁଭୂମି

କୋପାନଳେ ଜର୍ଜରିତା ବସୁମତୀ ମାତା

ଅଗ୍ନି ଉଦ୍ଗିରଣ ବନ୍ୟା ବାତ୍ୟା ମରୁଡ଼ି କରୋନା

ଗ୍ରାସି ସାରିଲାଣି

ତଥାପି ମନୁଷ୍ୟ ବୁଝି ବି ପାରୁନି

"କେଉଁଠି କିଛି ଭୁଲ ହେଉଛି କି ?"

ତାର କେଉଁଠି କିଛି ଭୁଲ ହେଉଛି କି ??


ଗୋଟିଏ ଦ୍ରୌପଦୀ ପାଇଁ ମହାଭାରତର ମହାସମର

ଏଠି କୋଟିଏ ଦ୍ରୌପଦୀଙ୍କ ଆକୁଳ ଆର୍ତ୍ତଚିତ୍କାର

ପାଶବିକ ପ୍ରବୃତିରେ ଲୁପ୍ତ ମାନବତ୍ୱ

ସନ୍ଦେହ ଜାଗୁଛି ହେବ କାଳେ ଆଉ ଏକ ବିଶ୍ୱଯୁଦ୍ଧ

ନାରୀ ଅପମାନ ଜ୍ୱାଳା ହଳାହଳ ବିଷେ

ସୃଷ୍ଟି ହେବ ଧ୍ବଂସ

ତଥାପି ଚେତନା ହଜିଛି ବର୍ବର ମନୁଷ୍ୟର

"କେଉଁଠି କିଛି ଭୁଲ ହେଉଛି କି ?"


ଦାନ ଧର୍ମ ପିତାମାତା ସେବା ସାତ ସପନ ହେଲାଣି

ଯେଉଁଠି ବୃଦ୍ଧ ପିତା ମାତା ଜରା ନିବାସରେ

ଭିଜୁଛନ୍ତି ନିତି ତତଲା ଲୁହରେ

ହଜିଲା ଅତୀତରେ

ପୁଅ ସେଠି ଆପ୍ୟାୟିତ ଭୁରି ଭୋଜନରେ

ତୁଳିତଳ୍ପ ଶଯ୍ୟା ପରେ ବିଳାସ ବିଭୋରେ

ପରିଣାମ କେତେ ଭୟଙ୍କର ସତେ!!

ଚିନ୍ତା ବି କରୁନି

"କେଉଁଠି କିଛି ଭୁଲ ହେଉଛି କି ?



Rate this content
Log in

Similar oriya poem from Inspirational