STORYMIRROR

Bharatabandhu Biswal

Inspirational

4  

Bharatabandhu Biswal

Inspirational

ସ୍ମୃତି ନିଶାନ

ସ୍ମୃତି ନିଶାନ

1 min
211


"କୋଟି କୋଟି କଣ୍ଠେ ଆଜି

  ଉଠୁରେ ଗମ୍ଭୀରେ ବାଜି

    ମନ୍ତ୍ରପୂତ ଜାତି ଗୀତି

   ‌‌  ଉତ୍କଳର ଜୟଗୀତି

      ଉନ୍ମାଦନା ଭରା,

ଉଡ଼ାଇ ନିଶାନ ଭେରୀ

  ଜଗାଉ ପୁଲକ କମ୍ପି

   ଉଠୁ ସେ ଅନଳ ଭେଦି

     କମ୍ପିଉଠୁ ଶୈଳରାଜି

      ସସାଗରା ଧରା ।"


  ଆନନ୍ଦେ ଉତ୍ଫୁଲ୍ଲିତ

   ଗୁଞ୍ଜି ଉଠେ ସୁଲଳିତ

     କୋଟି କଣ୍ଠେ ସମବେତ ଗାନ

      "ବନ୍ଦେ ଉତ୍କଳ ଜନନୀ"

         କାନ୍ତକବି ଧନ୍ୟ ,

ବଜ୍ର ତୁମ ଆବାହନ

  ଉଚ୍ଚାରଣ ଆଚରଣ

   ତେଜିଥିଲା ଜନମନେ ବହ୍ନି

     ଜାତୀୟ ମୁକ୍ତି ସଂଗ୍ରାମ

       ସତ୍ୟାଗ୍ରହ ଲବଣ ।


ତେଜି ହୀନମନସ୍କତା

  ଜାଗିଥିଲା ଜାତୀୟତା

   ସ୍ୱତନ୍ତ୍ର ଓଡ଼ିଶା ପାଇଁ

     ହୋଇଥିଲା ସଂଗ୍ରାମ,

ଭଗ୍ନୀ କୋକିଳା ଜାହ୍ନବୀ

  କମଳାକାନ୍ତ ଯେ ଭାଇ

   ନିତ୍ୟାନନ୍ଦ ସୁପୁତ୍ର ସହିତ

    ବିରଳ ତୁମ ଦୃଷ୍ଟାନ୍ତ

      ତ୍ୟାଗ ଆଉ ବଳିଦାନ ।


ସାର୍ଥକ ତୁମ ପ୍ରୟାସ

  ଯୋଗଜନ୍ମା ଲକ୍ଷ୍ମୀକାନ୍ତ

   ଧନ୍ୟ ମହାପାତ୍ର କୁଳ

     ପିତା ଭାଗବତ,

ସୁପ୍ରତିଭ ସାରସ୍ୱତ

  ଉଜ୍ଜ୍ୱଳ ଧ୍ରୁବ ନକ୍ଷତ୍ର

   ଅପ୍ରତିମ ତୁମ ଶୁଭ ନାମ

    ସୁସ୍ମରୁଛି ସ୍ମରୁଥିବ

     ଓଡ଼ିଶା ସତତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational