STORYMIRROR

Rajat R. Rana

Inspirational

3  

Rajat R. Rana

Inspirational

ବୁଢ଼ା ଛଞ୍ଚାଣ

ବୁଢ଼ା ଛଞ୍ଚାଣ

1 min
203

ଆରେ...

ଟଳିଲା‌ - ଟଳିଲା ବୁଢ଼ା ଛଞ୍ଚାଣ

ବକ୍ଷ ଭେଦିଛି ଶର

ଛୁଟୁଛି ରୁଧିର ଚିର ନିର୍ଝର 

ଖରସ୍ରୋତେ ଧାର ଧାର 


କାନ୍ଦି ମନ୍ଦାକିନୀ, ଦେଉଛି ମେଲାଣି

ଉଠେ କୋହର ଜୁଆର

ଶୋଣିତରେ ଭିଜି ମରୁତୃଣ ରାଜି 

ଗଢିଲେଣି ସରୋବର


ହାହାକାର ଖେଳେ ସର୍ପଦଳ ମେଳେ 

ଥକିଗଲା ସରଦାର 

ଅଜେୟ ଅଭେଦ୍ୟ ଦୁର୍ଗ ଟଳମଳ

ଭୁଷୁଡି ଗଲା ପ୍ରାଚୀର


ନାହିଁ ! 

ମରିବାକୁ ନାହିଁ ରେ ସାହସ

ଦୂରୁ କାଳ ଦେଖି କରେ ପରିହାସ

ଅମା ଅନ୍ଧକାରୁ ହସୁଛି କି ଅମ୍ବା

ଶୁଭୁଚି ବିଦୃପ ବ୍ୟଙ୍ଗ ଅଟ୍ଟହାସ


ନଶ୍ବର ନଗରେ ନଗ୍ରହ - ନ'ନର 

ନଯିବ, ନ‌ଅ ଜୀବନ

ନ‌ଅ ତମ ତନ ତେବେ ନତ

ଯେବେ ଇଚ୍ଛା ପ୍ରକାଶିବ ମନ


ଅତଳ ପାତାଳ ତଳାତଳ ଜୟୀ

ସେ ସିପାହୀ ଆଜି କାନ୍ଦେ

ହୋଇ ରକ୍ତମୁଖା ,ଭାଇ- ବନ୍ଧୁ - ସଖା ,

ହୁଅନ୍ତି ବିଦଗ୍ଧ ଦ୍ୱନ୍ଦ୍ୱେ


ଅଶ୍ୱ ଗଜ ସାଥେ କୁରୁକୂଳ ଲହୁ,

ଏକାକାର ହୋଇ ବୋହେ

ଦେଖ ନର ନେତ୍ର ଲୁଟାଏ ଲୋତକ, 

ସେ ସୁଖ କି ଆଖି ପାଏ


ଲକ୍ଷେ ଲଳନାଙ୍କ ଲଲାଟୁ ଲାଳିମା 

ଲୁଟି ଲାଭ କି ଲଭିଛି

ସର୍ପ ସମୂହଙ୍କ ସଭାସଦେ ସତୀ ,

ଶୋଷଣେ ସାକ୍ଷୀ ସାଜିଛି


ବଂଶେ ବୟୋବୃଦ୍ଧ ବଚନରେ ବଦ୍ଧ, 

ବ୍ୟାଧ ବିଷ ବାଣେ ବନ୍ଦୀ

ଛଳନାର ଛାୟାପଥେ ଛତ୍ରଧର ,

ଛଟକେ ଛଳରେ ଛନ୍ଦି 


ଏ କାହାରି ମୁଣ୍ଡ, ସେ କାହାରି ଗଣ୍ଡି 

ନାଚନ୍ତି ଶୃଗାଳ ଗଳଗନ୍ଧ ଶୁଙ୍ଘି

ହେଲେ ଛଞ୍ଚାଣର ଆଖି ଢଳ-ଢଳ‌

ଏ କି କଳିକାଳ, ଏ ତ କଳିକାଳ

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational