ଲକ୍ଷ୍ୟ
ଲକ୍ଷ୍ୟ
ଯେତିକି ସୁକ୍ଷ୍ମ, ସେତିକି କୋମଳ ଏ ମନଟା
ସେଥିପାଇଁ ତ ଭୟ ଲାଗେ, କାହିଁକିନା ଜୀବନ ର
ବାଜିଟା କେତେ ଯେ କଠିନ, ମୁଁ ହୃଦୟଙ୍ଗମ
କରିଛି, ଜାଣିଛି ଶିଳାଟିଏ, ସମ୍ପର୍କର ସେତୁଟିଏ
ଜୀଵନ, କିଏ ବାନ୍ଧିପାରେ ସେତୁବନ୍ଧ
ସମ୍ପର୍କ କୁ ଗଢିବାକୁ ଜୀବନ୍ତ
ସମ୍ପର୍କର ନଦୀତୀରେ ତମେ ଯଦି
ଭାଙ୍ଗିଦିଅ ବାଲିଘର, ମନ ମୋର
ସତରେ କେତେ ସୂକ୍ଷ୍ମ, ସୂତାଖିଅ
ଲାଗେ ଜୀବନ, ପହଂଚିବାକୁ
ଅପହଞ୍ଚ ଦୂରତ୍ୱ ଲକ୍ଷ୍ୟ ମୋର ।
