STORYMIRROR

Pravatirani Mohanty

Inspirational

3  

Pravatirani Mohanty

Inspirational

ବର୍ଷା

ବର୍ଷା

1 min
194


ରୂପ ରାଇଜର ରାଜ କୁମାରୀଗୋ

ପ୍ରଣୟ ର ଦୀପଶିଖା

ଚାରୁ ଚନ୍ଦ୍ରଶିଳା ଆସ ଝୁଲିଝୁଲି

ସବୁ ଲାଗେ ଫିକାଫିକା

ନୀଳ ନୀଳ ତୁମ ଚାହାଣୀରେ ଭରା

ସମ୍ମୋହନ କେତେ ଭାବ

ନାଚି ନଚାଇବ ଏ ସାରା ଧରଣୀ

ଛଟକ ରେ ଅନୁଭାବବର୍ଷା

ରୂପ ରାଇଜର ରାଜ କୁମାରୀଗୋ

ପ୍ରଣୟ ର ଦୀପଶିଖା

ଚାରୁ ଚନ୍ଦ୍ରଶିଳା ଆସ ଝୁଲିଝୁଲି

ସବୁ ଲାଗେ ଫିକାଫିକା

ନୀଳ ନୀଳ ତୁମ ଚାହାଣୀରେ ଭରା

ସମ୍ମୋହନ କେତେ ଭାବ

ନାଚି ନଚାଇବ ଏ ସାରା ଧରଣୀ

ଛଟକ ରେ ଅନୁଭାବ

କଳା ମେଘି ତୁମ ପଣତରେ ବାନ୍ଧି

ଆଶାର ଏ ପାରିଜାତ

ଗାଳା ରେ ଚମକେ କ୍ଷଣପ୍ରଭା ତୁମ

କ୍ଷଣକେ କର ଚକିତ

ଅମ୍ବର କୋଳରେ ଗୁରୁ ଗର୍ଜନ ରେ

ସାତ ରଙ୍ଗେ ଇନ୍ଦ୍ରଧନୁ

 ଆଙ୍କି ଆଙ୍କି ଯାଅ ନିମିଷକେ ତୁମେ

ଭୁଲି କେ ପାରିବ ମନୁ 

ତୁମେ ନା ଆସିଲେ ରୁକ୍ଷ ଧାରାରେ

ସବୁଜିମା ବର୍ଣ୍ଣବିଭା

ହେବେ ନାହିଁ କେବେ ଶସ୍ୟ ଶ୍ୟାମଳ

ଅବା କେତେ ମନଲୋଭା

ଟୋପା ଟୋପା ବିନ୍ଦୁ କପାଳରୁ ତୁମ

ଧରାଣୀରେ ଆସୁ ଝରି

ଛଳ ଛଳ ହୋଇ ବହିଯାଅ ତୁମେ

ପ୍ରାଣକୁ ଶୀତଳ କରି

ଶ୍ରୀମତୀ ପ୍ରଭତୀରାଣୀ ମହାନ୍ତି

ସି ଆର ଆର ଆଇ 

ଭଦିମୂଳ 

କଟକ

୬୩୭୧୮୧୭୯୧୫

କଳା ମେଘି ତୁମ ପଣତରେ ବାନ୍ଧି

ଆଶାର ଏ ପାରିଜାତ

ଗାଳା ରେ ଚମକେ କ୍ଷଣପ୍ରଭା ତୁମ

କ୍ଷଣକେ କର ଚକିତ

ଅମ୍ବର କୋଳରେ ଗୁରୁ ଗର୍ଜନ ରେ

ସାତ ରଙ୍ଗେ ଇନ୍ଦ୍ରଧନୁ

 ଆଙ୍କି ଆଙ୍କି ଯାଅ ନିମିଷକେ ତୁମେ

ଭୁଲି କେ ପାରିବ ମନୁ 

ତୁମେ ନା ଆସିଲେ ରୁକ୍ଷ ଧାରାରେ

ସବୁଜିମା ବର୍ଣ୍ଣବିଭା

ହେବେ ନାହିଁ କେବେ ଶସ୍ୟ ଶ୍ୟାମଳ

ଅବା କେତେ ମନଲୋଭା

ଟୋପା ଟୋପା ବିନ୍ଦୁ କପାଳରୁ ତୁମ

ଧରାଣୀରେ ଆସୁ ଝରି

ଛଳ ଛଳ ହୋଇ ବହିଯାଅ ତୁମେ

ପ୍ରାଣକୁ ଶୀତଳ କରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational