STORYMIRROR

Gyanendriya Dash

Inspirational Others

3  

Gyanendriya Dash

Inspirational Others

ଏହି ରାକ୍ଷୀ ମୋର ରଖିବ ମାନ

ଏହି ରାକ୍ଷୀ ମୋର ରଖିବ ମାନ

1 min
129


ଦୁନିଆଁ ରୀତିରେ ସମ୍ପର୍କ ସ୍ଥାନ,

ଚାଲି ଚଳଣିରେ ସେ ପୁରାତନ ।

ହିନ୍ଦୁ ସଂସ୍କୃତିରେ ପର୍ବ ପର୍ବାଣୀ,

ସ୍ନେହ, ପ୍ରେମ ଭାବ ଦିଅଇ ଆଣି ।

ଶ୍ରାବଣ ପୂର୍ଣ୍ଣିମା ରକ୍ଷା ବନ୍ଧନ,

ମୁଖ୍ୟ ପର୍ବଟିଏ ଅଟଇ ଜାଣ ।

ଭାଇ ଭଉଣୀଙ୍କ ସ୍ନେହ ସମ୍ପର୍କ,

ରାକ୍ଷୀ ଆଣିଦିଏ ବର୍ଷଟି ଯାକ ।

କେତେ ଆଶା ନେଇ ଭଉଣୀଟିଏ,

ଭାଇ ହାତେ ରାକ୍ଷୀ ପିନ୍ଧାଇ ଦିଏ ।

ଭାଇ ପାଶେ ଥାଏ ନୂତନ ଆଶା

ସୁରକ୍ଷା କବଚ ସାହା ଭରସା ।

ଭାଇ ଭଉଣୀଙ୍କ ସ୍ନେହ ଅତୁଟ,

ନ ଥାଏ ଆବିଳ ନାହିଁ ସଙ୍କଟ ।

ବିପଦେ ଆପଦେ ଭାଇଟି ସାହା,

ଅତୁଟ ରଖିବ ହେ ଚଉବାହା ।

ଭଉଣୀ ଦାୟିତ୍ୱ ନିଏଟି ଭାଇ,

ଯୁଗେ ଯୁଗେ ରହେ ସଂସ୍କାର ନେଇ ।

ଅତୁଟ ରହିବ ସ୍ନେହ ବନ୍ଧନ,

ଏହି ରାକ୍ଷୀ ମୋର ରଖିବ ମାନ ।

       


Rate this content
Log in

Similar oriya poem from Inspirational