ଚକାଡୋଳା
ଚକାଡୋଳା
ତୁମେ ପ୍ରତିଥର ମତେ ସଜାଡୁ ଥାଅ ବିନା ସ୍ଵାର୍ଥରେ
ମୋ ଗର୍ବକୁ ଚିନ୍ହେଇ ଦିଅ ମତେ ତଳେ କଚାଡି
ଅନ୍ଧାରୀ ଜୀବନର ତୁମେ ହିଁ ଆଲୋକ ସଦ୍ରୁଶ
କେବେ ଯାଇଥିଲି ମୁଁ ଅବାଟରେ
ହାତ ଧରି ମୋତେ ଚେତେଇ ଥିଲ-
ଭୂଲ୍ ଠିକ୍ ର ତର୍ଜମା କରିବାକୁ,
ମୋ ଆଖିର ଶୂନ ବିନ୍ଦୁରୁ ଯେବେ ଦେଖେ
ତୁମ ଚକାଡୋଳାକୁ
ମୁଁ ଆଉ ମୁଁ ହେଇ ରୁହେ ନାହିଁ
ସରି ଯାଏ ତୁମ ଭିତରେ
ଚେତନା ଯେବେ ମୋ ଦେହ ହଲାଏ
ନିଜକୁ ପାଏ ମୁଁ ତୁମ କୋଳରେ
କଣ ସେ ଅନୁଭୂତି?
ସତରେ କଣ ତମେ ପୁଣି ମତେ କ୍ଷମା କରିଦେଲ
ଗୋଟେ ଜନ୍ମ ପାଇଁ
ମୁକ୍ତି ଦେଲ ଅଭିଶପ୍ତ ଜୀବନରୁ
ସ୍ଵୀକାରିଲ ମୋର ଦଶ ଦୋଷ
ଆଉ ନରକ ଭୋଗିବିନି କି ମୁଁ
ଏ ସବୁ ଭାବିଲା ବେଳେ
ମୋ ଆଖି ପଡେ ତୁମ କାଣିଚାଏ ହସଧାରେ
ମତେ ପୁଣି ତମେ ନୂଆ ଲାଗ
ବାର ବାର ହାତ ଯୋଡେ ,ଆୟୁଷ ପୁଳାଏ ମାଗେ-
ଏ ଜୀବନକୁ ଦେଖେ ମୁଁ ତୁମ ଶ୍ରୀ ଚରଣ ତଳେ
କୋହରେ ଡାକିଲେ ଶୁଣିଚ
ଦୁଃଖରେ ମୋ ସାଥେ ରହିଚ
ମୋ ହ୍ରୁଦୟକୁ ପବିତ୍ର କରିଚ
ମୁଁ କଣ ଏ ଜୀବନେ ତୁମକୁ କିଛି ଦେଇପାରିବି?
ସବୁ ମାଗି ନେଇଚି ତମ ଠୁ
ତଥାପି ପେଟ ପୁରିନି ବୋଲି ଏବେ ବି ମାଗୁଚି
ଆଗକୁ ବି ମାଗିବି, ମୁଁ ଜାଣିଛି
ତମେ ସବୁ ଦେଇଦବ ହସି ହସି..
ହେଲେ ନିଜକୁ ମୁଁ ଯୋଗ୍ୟ କରିପାରିନାହିଁ
ଏତିକି ମାଗୁଣି ତୁମ ଚରଣରେ ଦାସ ହେଇ
ରହିବାକୁ ଯୋଗ୍ୟ ବ୍ୟକ୍ତି ଟିଏ କରାଅ.. ।
