STORYMIRROR

Kalandi pal

Inspirational

3  

Kalandi pal

Inspirational

ସୁନା ସୂତା

ସୁନା ସୂତା

1 min
222


ବାନ୍ଧି ଦେଲି ଭାଇ    ହାତେ ଖିଏ ସୂତା

      ଭାବି ନେବ ସୁନା ସୂତା

ଭାଗ୍ୟବାନ ମୁହିଁ       ନିଜକୁ ମଣୁଛି 

      ସଙ୍ଗେ ଅଛ ତୁମେ ଭ୍ରାତା ।।


ସୁଭଦ୍ରାଙ୍କ ଭଳି       ମୁଁ ତୁମ ଭଉଣୀ

      ଭାବିବନି କେବେ ପର

ଦାରୁବ୍ରହ୍ମ ଭଳି         ଥିବ ଜଗୁଆଳି

      ଏତିକି ଅଳି ମୋହର ।।


ମୋ ରକ୍ଷା କବଚ       ସାଜି ରହିଥିବ

       ଜନମୁ ମରଣ ଯାଏ

ଗୋଟିଏ ବୃନ୍ତର      ଦୁଇଗୋଟି ଫୁଲ

       ମମତାରେ ବାନ୍ଧି ହୁଏ ।।


ଭାଇ ଭଉଣୀର       ସୁଦୃଢ଼ ସମ୍ପର୍କ

      କେବେ ତ ତୁଟଇ ନାହିଁ

ମୋ ସୁଖରେ ସୁଖୀ ମୋ ଦୁଃଖରେ ଦୁଃଖୀ

      ସଦା ରହିଥିବ ଭାଇ ।।


ବରଷକେ ଥରେ    ମୋ ଭାଇ ହାତରେ

      ବାନ୍ଧୁଥିବି ରାଖି ମୁହିଁ

ଯେଉଁଠି ଥିଲେବି    ଯେମିତି ଥିଲେ ବି

      ମମତା ତୁଟଇ ନାହିଁ ।।


ଝିଅ ଜନମ ତ       ପରଘରକୁ ଯେ

     ଯିବି ଦିନେ ବିଦା ହୋଇ

ଏଇ ହାତେ ଦିନେ    ବିଦା କରିଦେବ 

      ମମତା ଭୁଲିବ ନାହିଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational