STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ସଙ୍କଳ୍ପର ସୂର୍ଯ୍ୟୋଦୟ

ସଙ୍କଳ୍ପର ସୂର୍ଯ୍ୟୋଦୟ

1 min
142


ଜୟ ଜୟ ଜୟ ବିଜ୍ଞାନ ଜୟ ଅନୁସନ୍ଧାନ

ଜୟ ଚନ୍ଦ୍ର ଯାନ ବିକ୍ରମ ଜୟ ଜୟ ପ୍ରଜ୍ଞାନ

ଚନ୍ଦ୍ରେ ପାଦ ଥାପି ଆମକୁ ତୁମେ କରିଲ ଧନ୍ୟ

ଗରବେ କୁହନ୍ତି ସଭିଏଁ ଆମ ଦେଶ ମହାନ।


ଚନ୍ଦ୍ର ଅଭିଯାନ କରୁଛୁ ବିଶ୍ବ ମଙ୍ଗଳ ପାଇଁ 

ମାନବ ଜାତିର କଲ୍ୟାଣ ଲକ୍ଷ ଆମର ଏହି।

ବୈଜ୍ଞାନିକ ମାନେ ଆମର ଢାଳି ଦେଇଯେ ପ୍ରାଣ

ମହାକାଶ ଗବେଷଣା ରେ ଦେଇ ଅଛନ୍ତି ଧ୍ଯାନ।


କେତେ କଳପନା ଜଳ୍ପନା ଶେଷେ ହେଲୁ ବିଜୟୀ 

ପହଞ୍ଚିଲା ଆମ ବିକ୍ରମ ଚନ୍ଦ୍ର ମାଟି ରେ ଯାଇ।

ଚନ୍ଦ୍ର ର ଦକ୍ଷିଣ ମେରୁ ଯେ ଘନ ଗହନ ସ୍ଥାନ

ପ୍ରଥମେ ସେ ମାଟି ଛୁଇଁଲା ଯାଇ ଆମ ପ୍ରଜ୍ଞାନ।


ବର୍ଷ ବର୍ଷର ଏ ପ୍ରତିକ୍ଷା ଶେଷେ ହୋଇଲା ଅନ୍ତ

ଚନ୍ଦ୍ର ବିଜୟର ଗୌରବେ ଆମେ ସବୁ ଗର୍ବିତ।

ତ୍ରିରଙ୍ଗା କୁ ସେତ ସ୍ବାଗତ କଲା ସାଦରେ ଜହ୍ନ

ଆନନ୍ଦେ ବିଭୋର ହୋଇଲା ଦେଶବାସୀ ଙ୍କ ମନ।


ଉଡ଼ିଲା ତ୍ରିରଙ୍ଗା ସେଠାରେ ରଚି ଅଧ୍ୟାୟ ନୂଆ

ଦେଖାଇ ଯେ ଜ୍ଞାନ ବିଜ୍ଞାନେ ସେତ ନୂତନ ରାହା ।

ବିକ୍ରମ ପ୍ରଥମେ ଯେଉଁଠି ଯାଇ ଛୁଇଁଲା ଜହ୍ନ

ଶିବଶକ୍ତି ପଏଣ୍ଟ୍ ଭାବରେ କ୍ଷାତ ଏବେ ସେ ସ୍ଥାନ ।


ସଙ୍କଳ୍ପ ର ସୂର୍ଯ୍ୟ ସେଠାରୁ ଏବେ ଆସଇ ଉଇଁ

ଚନ୍ଦ୍ରମା ର କଥା କାହାଣୀ କେତେ ସାଥିରେ ନେଇ ।

ଚନ୍ଦ୍ରମା ର ଧୂଳି ମାଟି ର କେତେ କଥା ଗୋପନ

ବୈଜ୍ଞାନିକ ଙ୍କର ଆଖିରେ ଭରେ ନୂଆ ସପନ ।


ମହାକାଶ ଭରା ଅନ୍ଧାର ଦୂର ଦୂର ମୂଲକ

ଜଳାଇଲୁ ଆମେ ଯେଉଁଠି ନୂଆ ଆଶା ଆଲୋକ।

ନୂଆ ଇତିହାସ ,ଭୂଗୋଳ ପୃଷ୍ଠା କଲା ମଣ୍ଡନ

ବିକାଶ ପଥରେ ଆଜିରେ ଆମ ଜ୍ଞାନ ବିଜ୍ଞାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational