ତୁଠ ପଥର
ତୁଠ ପଥର
ମୁଁ ସିନା ତୁଠ ପଥର
ହେଲେ ତୁ ତ ରାଜା ର ଦୁଲନି
କାହିଁକି ତୋ ନିରୀହ ପାଦ କୁ
ମୋ ଉପରେ କଚାଡୁ ?
ମୁଁ ସିନା ପଥର
ତୁ ତ ନିରୀହ ଫୁଲ ଟିଏ
କ୍ଷତାକ୍ତ ହେବୁ କଷ୍ଟ ପାଇବୁ
ଏ ପଥର ହୃଦୟଟାକୁ ଭାରି ବାଧିବ ,
ଏ ପଥର ପ୍ରେମିକ ତୋର
ଭାରି କଷ୍ଟ ପାଇବଲୋ ।
ପାଦ କଚାଡୁ କଚାଡୁ
ଝୁଣ୍ଟିଆ ହଜି ଯିବ ଯେ
ଯେତେ ଖୋଜିଲେ ଆଉ ମିଳିବନି
ସେତେବେଳେ ଏ ପଥରକୁ
ଆଉ ଦୋଷ ଦେବୁନି ।
ମୁଁ ତ ତୁଠ ପଥର
କେତେ ଯିବେ କେତେ ଆସିବେ
ହେଲେ ମୁଁ ସେମିତି ପଡ଼ି ଥିବି
ଅପେକ୍ଷା କରିଥିବି
ତୁମ ଫେରିବା ପଥକୁ ।