Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chikun Panda

Abstract Romance Children

3  

Chikun Panda

Abstract Romance Children

ଭାରି କଷ୍ଟ ଲାଗେ ଯେବେ ମନେ ପଡ଼େ

ଭାରି କଷ୍ଟ ଲାଗେ ଯେବେ ମନେ ପଡ଼େ

1 min
214


ଏକା ଏକା ଭାରି ଏକା

ଜୀବନ ର ସବୁ ରାସ୍ତା ବଙ୍କା

କଲମ ର ସ୍ୟାହି ପରି ସବୁ ଝାପ୍ସା,

ଭାରି କଷ୍ଟ ଲାଗେ ଯେବେ ମନେ ପଡ଼େ 

କଲେଜ୍ ର ସେହି ଦିନ 

ଅଜଣା ଅଚିହ୍ନା ଲାଗୁଥିଲା ଚିହ୍ନା ଚିହ୍ନା    

       ଅଜବ୍ ଏ ବନ୍ଧନ ,

   ରାସ୍ତା ପରି ଏ ଜୀବନ    

ଅସରନ୍ତି ତାର ପଥ

ଚାଲୁଥିଲେ ଚାଲୁଥିବ ହେଲେ ଥକିଯିବ ପାଦ ।

   ସାଇକେଲ ର ଚକା ପରି ଏ ଜୀବନ 

ଚାହୁଁ ଚାହୁଁ ଗଡ଼ି ଯିବ,

ଆଜି ବି ମୋର ମନେ ଅଛି କଲେଜ୍ ର ସେହି ରାସ୍ତା 

ରାସ୍ତା କଡ ଫୁଲ ଦୋକାନୀ ର ହସ

ଭଳିକି ଭଳି ଗୋଲାପ ପେନ୍ଥା ର ସମ୍ଭାର 

ବେଳେବେଳେ ପ୍ରେମିକ ପ୍ରେମିକା ଙ୍କ ଭିଡ଼

ଗହଳି ଚହଳି ଭାରି ଭଲ ଲାଗେ ।

ଆଜି ଆଉ ସେ ଦିନ ନାହିଁ 

ମନେ ପଡ଼ିଗଲେ ଅଜାଣତେ ଆଖି କୋଣ ର ଜକେଇ ଆସେ ଲୁହ କେଇ ଟୋପା ,

ହେଲେ ଆଉ ଫେରିବନି ଅତୀତ

ଏଇଟା ହିଁ ନିଷ୍ଠୁର ସତ,

ବୁଝିକି ବି ମନ ବୁଝେନା

ଝୁରି ହୁଏ ଏ ଅବୁଝା ମନ 

ହେଲେ ବଞ୍ଚିବାକୁ ହେବ ଏଇଆ ଭାବି ନେଇ ଯେ

ଆଜି ର ବର୍ତ୍ତମାନ କାଲି ବି ଅତୀତ ।


                




















Rate this content
Log in