STORYMIRROR

Ch Loknath Reddy

Romance Inspirational

3  

Ch Loknath Reddy

Romance Inspirational

ପ୍ରେମ ତୁମେ କାହାର

ପ୍ରେମ ତୁମେ କାହାର

1 min
254


ଶୁଣ ଶୁଣ ପ୍ରେମ ପଚାରେ ପ୍ରଶ୍ନଟି

ପ୍ରେମ ଅଟୁ ତୁ କାହାର?

କହ କହ ଆଜି ତୋ ମନ କଥାଟି

ମନଟି ଘୁରୁଛି ମୋର |

କହିଥିଲି ତୋତେ ଶୁଣ ଧନ ମୋର

ଯିବୁ ତୁହି ପ୍ରିୟା ପାଶକୁ

ଶୁଣିଲୁନି ତୁହି କଥାକୁ ମୋହର

ଗଲୁନାହିଁ ତା'ର ପାଶକୁ |

ଦେଇ ନ ପାରିଲି ତୋତେ ମୁଁ ପ୍ରିୟାକୁ

ପ୍ରିୟା ଚାଲିଗଲା ଦୂର

ଛାଡିବିନି ତୋତେ କହ ଆଜି ମୋତେ

ପ୍ରେମ ଅଟୁ ତୁ କାହାର??

ପ୍ରେମବନ୍ଧୁ ବୋଲି ଭାବିଥିଲି ତୋତେ

କଲୁ ତୁହି ମୋତେ ପର

କର ପଛେ ପର କହିଦିଅ ଆଜି

ପ୍ରେମ ଅଟୁ ତୁ କାହାର????


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance