STORYMIRROR

Sanjaya Ananda Kumar Tripathy

Romance

3  

Sanjaya Ananda Kumar Tripathy

Romance

ଭଲ ପାଅ ଯଦି

ଭଲ ପାଅ ଯଦି

1 min
271

ଭଲ ପାଅ ଯଦି ହୃଦୟରେ ଲେଖିଦିଅ ଅଲିଭା ଅକ୍ଷର,

ସବୁ ଦିନ ରହିଯିବ ଏଠି ତୁମର ସେ ସବୁଜ ସ୍ୱାକ୍ଷର ।


ଭଲ ପାଅ ଯଦି କହିଦିଅ ଖୋଲାଖୋଲି ମନ କଥା ଆଜି,

ସବୁ କିଛି ଛାଡି ଦେଇ ମୁହିଁ ତୁମ ପ୍ରେମେ ଯିବି ମୁହିଁ ଭିଜି ।


ହଜି ଯିବି ଭିଜି ଯିବି ମୁହିଁ ପ୍ରେମ ମୋତେ କରିବାକୁ ଦିଅ,

ମଉନରେ ତୁମେ କେତେ ଆଉ ପରଦାରେ ଲୁଚି ଲୁଚି ଚାହଁ ।


ଏଇମିତି ମନ କଥା ମନେ କେତେ ଦିନ ଲୁଚାଇ ରଖିବ,

ନିରବରେ ରହି ଖାଲି ଏକା ହୃଦୟକୁ କଷ୍ଟ ଦେଉଥିବ ।


ହୃଦୟକୁ କଷ୍ଟ ଦେଲେ ସିଏ କେତେ ଦିନ ସମ୍ଭାଳି ରଖିବ,

ଅଯଥାରେ ତୁମ ମନ ପୁଣି କହିବାକୁ ହାଇଁ ପାଇଁ ହେବ ।


ଭଲ ପାଏ ଯିଏ ସିଏ ବୁଝେ ସହଜରେ ଭାଷା ନୟନର,

କହି ଦିଅ କର ନାହିଁ ଡେରି ମନ ମୋର ହେଉଛି ଅସ୍ଥିର ।

****


साहित्याला गुण द्या
लॉग इन

Similar oriya poem from Romance